ନକଲି ଔଷଧ ଜବତ ଘଟଣା: ଥଣ୍ଡା ଔଷଧ ‘ସ୍ମିଜି-୫୦୦’ ବି ବ୍ୟବହାର ଉପଯୋଗୀ ନୁହେଁ

Advertisment
ବିନା ପ୍ରେସ୍‌କ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ସ ବିକ୍ରି କ‌ଲେ ରଦ୍ଦ ହେବ ଲାଇସେନ୍‌ସ: ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର କଡ଼ା ଚେତାବନୀ

BORGEN Magazine

କଟକ : କଟକ ନକଲି ଔଷଧ କାରବାର ଘଟଣାରେ ଆସିଥିବା ଆଉ ଏକ ଔଷଧର ମାନ ବ୍ୟବହାର ଉପଯୋଗୀ ନୁହେଁ ବୋଲି ରିପୋର୍ଟ ଆସିଛି। ଗତକାଲି ୩ଟି ଔଷଧର ରିପୋର୍ଟ ବ୍ୟବହାର ଉପଯୋଗୀ ନୁହେଁ (ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ବାଲିଟି,ଏନ୍‌ଏସ୍‌କ୍ୟୁ) ବୋଲି ଦର୍ଶାଯାଇଥିବାବେଳେ ଆଜି ଥଣ୍ଡା ଔଷଧ ‘ସ୍ମିଜି-୫୦୦’ର ରିପୋର୍ଟ ବି ଅନୁରୂପ ଆସିଛି। ଔଷଧରେ ଯେଉଁପ୍ରକାର ଉତ୍ପାଦ ବ୍ୟବହାର ହେବା କଥା ଏବଂ ଯେତିକି ପରିମାଣର ରହିବା କଥା, ତାହା ରହିନାହିଁ। ଫଳରେ, ଏହି ଔଷଧ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ରାଜ୍ୟ ଲାବ୍ରୋଟୋରୀ ତା’ର ରିପୋର୍ଟରେ ଦର୍ଶାଇଛି।

ସୂଚନା ଅନୁସାରେ, ‘ସ୍ମିଜି-୫୦୦’ ମଧ୍ୟ ହିମାଚଳପ୍ରଦେଶର ସୋଲାନସ୍ଥିତ ମ୍ୟାକ୍ସ ରିଲିଫ୍‌ ହେଲ୍‌ଥ କେୟାର ସଂସ୍ଥାର ବୋଲି ଜଣାପଡ଼ିଛି। ‘ସ୍ମିଜି-୫୦୦’କୁ ମିଶାଇ କେବଳ ଏହି ୪ଟି ଔଷଧ ନୁହେଁ, ମାନ ପରୀକ୍ଷା ପାଇଁ ଆଉ ୬ଟି ‌ଔଷଧ ଲାବ୍ରୋଟେରୀ ଯାଇଛି। ଏଯାବତ୍‌ ତାହାର ରିପୋର୍ଟ ଆସିନାହିଁ। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଔଷଧର ନମ୍ବର ଅନୁସାରେ ଲାବ୍ରୋଟେରୀକୁ ପରୀକ୍ଷା ପାଇଁ ଯାଇଛି। ତଦନୁସାରେ, ରିପୋର୍ଟ ଆସିବାରେ ବିଳମ୍ବିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe