ଜାଲ୍ ଚାଷୀ ପଂଜିକରଣ ଯାଂଚ ରିପୋର୍ଟ ମିଳିନି: ଜିଲ୍ଲା ଯୋଗାଣ ଅଧିକାରୀ

Advertisment
ଧାନ ଓ ଅଣଧାନ ଫସଲ ୨୨୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଛୁଇଁବ

blog.pnas.org

ଜୟପୁର: ଗତ ବର୍ଷ ଜାଲ ଚାଷୀ ପଂଜିକରଣ ହୋଇଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି ଅଭିଯୋଗକୁ ଭିତ୍ତିକରି ରାଜ୍ୟ ଯୋଗାଣ ବିଭାଗର ଯୁଗ୍ମ ନିର୍ଦେଶକ ଅଜିତ ପାତ୍ର ତଦନ୍ତ କରିବା ସହ ଜୟପୁର ବ୍ଲକର ଫାମ୍ପୁଣି, ଘିଉରି, ବାର୍ଲାହାଣ୍ଡି, କାଳିଆଁ ଗାଁ, ଘାଟବାଗରାରେ ୪୫ଜଣ ଓ ପାମ୍ପୁଣୀ ପଂଚାୟତରେ ୨୫ ଜଣ ଜାଲ ଭାଗ ଚାଷୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ। ଏବେ ପୁଣି ଚାଷୀ ପଂଜିକରଣରେ ଜାଲ୍ ହୋଇଥିବା ଅଭିଯୋଗ ଉଠିଛି। ଏଥି ପୂର୍ବରୁ ବୋବିୟା ମଣ୍ଡିରେ ଏଭଳି ଜାଲ୍ ହୋଇଥିବା କିଛି ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଥିଲେ।

ସେଭଳି ଏବେ ଜୟପୁର ବ୍ଲକର କୁସୁମି, କଙ୍ଗା, କୁମୁଲି ଆଦି ମଣ୍ଡିର ପ୍ରକୃତ ଚାଷୀଙ୍କ ବଦଳରେ ଅନ୍ୟ ଚାଷୀଙ୍କ ନାଁରେ ପଂଜିକରଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ପ୍ରତିବର୍ଷ ଭଳି ଏହି ବର୍ଷ ବି ପ୍ରକୃତ ଚାଷୀ କିଏ, ୧୦ଏକରରୁ ଉର୍ଦ୍ଧ୍ବ ଜମି ଥିବା କେତେ ଜଣ ଚାଷୀ ଅଛନ୍ତି, ଭାଗ ଚାଷୀ କେତେ ଜଣ ଆଦିର ଯାଂଚ ରିପୋର୍ଟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟକୁ ପହଚିଂନଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଗତ କାଲି ଜିଲ୍ଲାସ୍ତରୀୟ ମଣ୍ଡି କୋଟପାଡ ଓ ଜୟପୁର ନିର୍ବାଚନମଣ୍ଡଳୀସ୍ତରୀୟ ମଣ୍ଡି ରତାଲିରେ ଉଦଘାଟନ ହୋଇ ସାରିଛି। ନିଶ୍ଚିତ ରୁପେ କୃଷକ ପଂଜୀକରଣରେ ଜାଲିଆତି ହୋଇଥିବ, ଏଥିରେ ସଂଦେହ ନାହିଁ। କିନ୍ତୁ ତହସିଲପକ୍ଷରୁ ୧୦ଏକରରୁ ଉର୍ଦ୍ଧ୍ବ ଏବଂ କିଏ ପ୍ରକୃତ ଚାଷୀ ସେ ନେଇ ରିପୋର୍ଟ ଆସି ନି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ମଣ୍ଡିର ଦ୍ବିତୀୟ ଦିନରେ ଆଜି ଧାନ କିଣା ହୋଇନି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe