ମହିଳାଙ୍କ କିଡ୍‌ନି କାଢିନେବା ଘଟଣା: ନକଲି ବାପା ବନିଥିବା ଅଭିଯୁକ୍ତ ଗିରଫ

Advertisment
ମହିଳାଙ୍କ କିଡ୍‌ନି କାଢିନେବା ଘଟଣା: ନକଲି ବାପା ବନିଥିବା ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ କୋତାମେଟା ଗ୍ରାମରେ ଜଣେ ମହିଳାଙ୍କ କିଡ୍‌ନି ବିକ୍ରି କରାଯାଇଥିବା ଘଟଣାରେ ମାଲକାନଗିରି ପୁଲିସ ମହିଳାଙ୍କ ନକଲି ବାପା ବନିଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୁଲାଇ ମାସରେ କୋତାମେଟା ଗ୍ରାମର ରଂଜିତା କୁଣ୍ଡୁଙ୍କ କିଡ୍‌ନି ବିକ୍ରି କରାଯାଇଥିବାନ ନେଇ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରି ସ୍ବାମୀ ପ୍ରଶାନ୍ତକୁ ବେଙ୍ଗଲୁରୁରୁ ଗିରଫ କରିଥିଲା। ନିଜକୁ ରଞ୍ଜିତାର ବାପା ବୋଲି ପରିଚୟ ଦେଇ କିଡ୍‌ନି ବିକ୍ରିରେ ସାମିଲ ଥିବା ଏମଭି-୭୦ ଗ୍ରାମର ସୁବଲ ମାଝିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୁବଳ ମାଝି ନିଜକୁ ରଂଜିତାର ବାପା ବୋଲି ପରିଚୟ ଦେଇ କିଡ୍‌ନି ବିକ୍ରି କରିବାରେ ସହଯୋଗ କରିଥିଲା।ରଂଜିତାଙ୍କ ସାଜ୍ଞା କୁଣ୍ଡୁ ଥିବା ବେଳେ କାଗଜପତ୍ରରେ ମାଝି ବୋଲି ଉଲ୍ଲେଖ କରି ନକଲି କାଗଜ ପତ୍ର କରି କିଡନୀ ବିକ୍ରି କରାଯାଇଥିଲା। ତେବେ ମାଲକାନଗିରି ପୁଲିସ ସୁବଲକୁ ଖୋଜୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe