ନିଯୁକ୍ତି ଲୋଭ ଦେଖାଇ ଠକିନେଲେ ୨ କୋଟି: ଠକ ଗ୍ୟାଙ୍ଗ୍‌ର ମୁଖ୍ୟ ନକଲି ମହିଳା ଆଇଏଏସ୍‌

Advertisment

ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି। ବିଡ଼ାନାସୀ ପୁଲିସ ଜଣେ ଠକକୁ ଗିରଫ କରିଛି।

ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି। ବିଡ଼ାନାସୀ ପୁଲିସ ଜଣେ ଠକକୁ ଗିରଫ କରିଛି।

dggdgd

କଟକ: ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି। ବିଡ଼ାନାସୀ ପୁଲିସ ଜଣେ ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍। ଏହି ମାମଲାରେ ନକଲି ମହିଳା ଆଇଏଏସ୍ ଅଧିକାରୀ ଓ ତା’ର ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି। 

ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ବିଭାଗରେ ବରିଷ୍ଠ ଆଇଏଏସ୍‌ ଅଫିସର ପରିଚୟ ଦେଉଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ତ୍ରିପାଠୀ ଭୁବନେଶ୍ବର ସାମନ୍ତରାପୁରର ମହାବୀର ବଜାର ନିକଟରେ ରୁହନ୍ତି। ତାଙ୍କ ଘର ସାମାନାରେ ଦୁଇ ଜଣ ନକଲି ପୁଲିସ ଖାକି ପୋଷାକରେ ଜଗି ରୁହନ୍ତି। ପ୍ରିୟଙ୍କାଙ୍କ ବାପା ସୂର୍ଯ୍ୟ ନାରାୟଣ ତ୍ରିପାଠୀ ମଧ୍ୟ ଜଣେ ଆଇଏଏସ୍‌ ଅଫିସର ବୋଲି ପରିଚୟ ଦେଉଥିଲେ। ସେ ସର୍ଭେ ଅଫ୍ ଇଣ୍ଡିଆ(ଜିଆଇଏସ୍ ବିଭାଗ)ର ଉପ ନିର୍ଦ୍ଦେଶକ ଥିବା କହୁଥିଲେ। କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀନଗର ଅଞ୍ଚଳର ବିନୟ ରାଉତରାୟ ନିଜକୁ ପ୍ରିୟଙ୍କାଙ୍କ ପିଏ ବୋଲି ପରିଚୟ ଦେଉଥିଲେ। ଏହି ଠକ ଗ୍ୟାଙ୍ଗରେ କୋଲକାତାର ଅରିନ୍ଦମ ଚକ୍ରବର୍ତ୍ତୀ, ରଜତ ବର୍ମା, ସଂଜୟ ସିଂ ଓ କଟକ ବିଡ଼ାନାସୀର ସମର୍ପିତା ଚୌଧୁରୀ ଓ ତା’ର ପୁଅ ଡାନିଏଲ୍ ରାଜ ସାମିଲ ହୋଇଥିଲେ। ଏମାନେ ବେକାର ଯୁବକ ଯୁବତୀଙ୍କୁ ରେଳବାଇରେ ଟିଟି ଓ ଷ୍ଟେସନ ମାଷ୍ଟର, ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍‌ସି)ରେ ଜିଓଲୋଜିଷ୍ଟ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ଓପିଏସ୍‌ସିର ବିଭିନ୍ନ ପରୀକ୍ଷାରେ ଚାକିରି, ଏଏସ୍‌ଓ ଚାକିରି ଦେବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲେ। ଟିଟି ଚାକିରି ପାଇଁ ୪ ଲକ୍ଷ ୫୦ ହଜାର, ଷ୍ଟେସନ ମାଷ୍ଟର ପାଇଁ ୮ ଲକ୍ଷ, ଏଏସ୍‌ଓ ପାଇଁ ୧୨ ଲକ୍ଷ, ଷ୍ଟାଫ ସିଲେକ୍ସନ ମାଧ୍ୟମରେ ଚାକିରି ପାଇଁ ୯ ଲକ୍ଷ, କଟକ ବଡ଼ଡାକ୍ତରଖାନାରେ ସିଧାସଳଖ ଡାକ୍ତରୀ ନାମଲେଖା ପାଇଁ ୬୦ ଲକ୍ଷ ଟଙ୍କା ଦାବି କରୁଥିଲେ। ଏମିତିକି ଗତ ନିର୍ବାଚନରେ ବିଧାୟକ ଟିକଟ୍ ଦେବା ପାଇଁ ସେମାନେ ୧୦ କୋଟି ଟଙ୍କା ଦାବି କରିଥିବା ତଥ୍ୟ ସାମନାକୁ ଆସିଛି। ଏହି ଠକ ଗ୍ୟାଙ୍ଗ ଜାଲରେ ବାଲେଶ୍ବର ଜିଲ୍ଲାରୁ ପ୍ରାୟ ୪୨ ଜଣ ଫସିଛନ୍ତି।  

ଠକ ଗ୍ୟାଙ୍ଗ୍‌ର ମୁଖ୍ୟ ନକଲି ମହିଳା ଆଇଏଏସ୍‌ 
ଭୁବନେଶ୍ବର ଘର ଆଗରେ ଜଗି ରହୁଥିଲେ ନକଲି ‌ପୁଲିସ୍‌
କେବଳ ବାଲେଶ୍ବରରେ ଫସିଛନ୍ତି ୪୨ ନିଯୁକ୍ତି ଆଶାୟୀ

ସୋର ଥାନା ଅଉଣାର ସଂଜୀବ କୁମାର ରାଉତ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସେ ଭଦ୍ରକ ଜିଲ୍ଲାର ବିଭୂତି ଭୂଷଣ ବାରିକଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ସରକାରୀ ଚାକିରିର ପ୍ରଲୋଭନ ଦେଖାଇ ସମର୍ପିତ ଚୌଧୁରୀ, ଡାନିଏଲ୍ ରାଜଙ୍କ ସହିତ ଭେଟ କରାଇଥିଲେ। ସଂଜୀବ ୨୭ଟି କିସ୍ତିରେ ମୋଟ ୮ ଲକ୍ଷ ୪୫ ହଜାର ଟଙ୍କା ଏମାନଙ୍କୁ ଦେଇଥିଲେ। ପରେ ସେ ଅରିନ୍ଦମ ଚକ୍ରବର୍ତ୍ତୀ, ରଜତ ବର୍ମା, ସଂଜୟ ସିଂଙ୍କ ଆକାଉଣ୍ଟରେ ଆଉ ୨ ଲକ୍ଷ ୭୪ ହଜାର ଟଙ୍କା ପଠାଇଥିଲେ। ହେଲେ ଚାକିରି ନ ମିଳିବାରୁ ସଂଜୀବ ଟଙ୍କା ମାଗିଥିଲେ। ସମର୍ପିତା ଓ ଡାନିଏଲ ବାରମ୍ବାର ସମୟ ଗଡ଼ାଇବା ସହିତ ତାଙ୍କୁ ଧମକ ଦେଇଥିଲେ। ଗଲା ୧୭ ତାରିଖରେ ସମର୍ପିତା ଟଙ୍କା ଫେରାଇବେ କହି ସଂଜୀବଙ୍କୁ ତାଙ୍କ ବିଡ଼ାନାସୀ ଘରକୁ ଡାକି ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ ବିଡ଼ାନାସୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଡାନିଏଲକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। 

ଏହା ପୂର୍ବରୁ ରେମୁଣାର ଚକ୍ରଧର ପଣ୍ଡା ମଧ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଗତ ୪ ତାରିଖରେ ଏହି ଠକ ଗ୍ୟାଙ୍ଗ ବିରୋଧରେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଏକ ଆଇଟି ପ୍ରକଳ୍ପରେ କାମ ପାଇବା ପାଇଁ ସେ ପ୍ରିୟଦର୍ଶିନୀଙ୍କୁ ୩୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ଏହାବାଦ୍ ଚକ୍ରଧରଙ୍କ ଭାଇ ଓ ସମ୍ପର୍କୀୟଙ୍କୁ ଓପିଏସ୍‌ସି, ଓଏସ୍‌ଏସ୍‌ସି, ରେଳବାଇରେ ନିଯୁକ୍ତି ଦେବାକୁ ୪୬ ଲକ୍ଷ ୫୦ ହଜାର ଟଙ୍କା ନଗଦ ନେଇଥିଲେ। ଏଭଳି ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଏହି ଗ୍ୟାଙ୍ଗ ଠକିଥିବା ନେଇ ଶ୍ରୀ ପଣ୍ଡା କ୍ରାଇମ୍‌ବ୍ରାଞ୍ଚ୍‌ ସମେତ ଭିଜିଲାନ୍ସ ନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଛନ୍ତି। ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ କହିଛନ୍ତି ଯେ ୨୦୨୨ରୁ ଏହି ନିଯୁକ୍ତି କେଳେଙ୍କାରୀ ଚାଲିଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe