କେସିଙ୍ଗାସ୍ଥିତ ହରିଓଁ ସିଡ୍‌ସରୁ ୫୨ କେଜି ନକଲି ଫଟେରା ଜବତ କଲା କୃଷି ବିଭାଗ

Advertisment
କେସିଙ୍ଗାସ୍ଥିତ ହରିଓଁ ସିଡ୍‌ସରୁ ୫୨ କେଜି ନକଲି ଫଟେରା ଜବତ କଲା କୃଷି ବିଭାଗ

କେସିଙ୍ଗା : କେସିଙ୍ଗାସ୍ଥିତ ହରିଓଁ ସିଡ୍‌ସରୁ ଫଟେରା କମ୍ପାନି କର୍ତୃପକ୍ଷ ୫୨ କେଜି ନକଲି ଫଟେରା ଜବତ କରିଛନ୍ତି। ଚାଷୀଙ୍କୁ ଫଟେରା ନାଁରେ ଓଡ଼ିଶାରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ପାଇ କମ୍ପାନିର ଆଇନ ବିଭାଗ ଏହାର ଯାଞ୍ଚ ଆରମ୍ଭ କରୁଛି। ଏହି ସମୟରେ କେସିଙ୍ଗା ଅଞ୍ଚଳର ଜଣେ ଚାଷୀଙ୍କଠାରୁ ଅଭିଯୋଗ ପାଇ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଦୋକାନ ମାଲିକ ସେହି ଫଟେରାର ବିଲ ଦେଖାଇ ପାରି ନ ଥିଲେ। ଯାଞ୍ଚ ବେଳେ ଏହି କମ୍ପାନିର ଲେବୁଲ ଲଗାଇ ବିକ୍ରି ହେଉଥିବା ଜାଣି ପାରିଥିଲେ।

ଏହା ଚାଷ ପାଇଁ ବିଷ ବୋଲି କହିଛନ୍ତି କମ୍ପାନି କର୍ତୃପକ୍ଷ। ପରେ କମ୍ପାନି କର୍ତୃପକ୍ଷ ସ୍ଥାନୀୟ କୃଷି ବିଭାଗ କୃଷି ଅଧିକାରୀଙ୍କୁ ଜଣାଇବା ପରେ କୃଷି ବିଭାଗ ଅଧିକାରୀ ଘନଶ୍ୟାମ ଦେହୁରୀ ଓ ସହକାରୀ କୃଷି ଅଧିକାରୀ ଏସବୁକୁ ଜବତ କରିଛନ୍ତି। ସାମ୍ପୁଲ ଟେଷ୍ଟ ହୋଇ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଦୋକାନ ଗତ ଖରିଫ ଋତୁରୁ ଏହିଭଳି ନକଲି ଫଟେରା ବିକ୍ରି କରୁଥିବା ନେଇ ଅଭିଯୋଗରୁ ପ୍ରକାଶ। ବିଭିନ୍ନ ଟିମ ଏହି ନକଲି ଫଟେରା ଧରିବାକୁ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe