ନକଲି ସାର କାରଖାନାରେ ଚଢ଼ଉ, ୯ ଗିରଫ

Advertisment
ନକଲି ସାର କାରଖାନାରେ ଚଢ଼ଉ, ୯ ଗିରଫ

ଗାଇସିଲାଟ୍‌, ୩୧ା୩ (ଇମିସ):  ଗାଇସିଲାଟ ଥାନା  ଜାମମାଲ ଗ୍ରାମରେ ପୁଲିସ ଏକ ନକଲି ସାର କାରଖାନା ଠାବ କରିଛି। ସେଠାରୁ ଗୋଟିଏ ଟାଟା ପିକ୍‌ଅପ୍‌, ୨୫କିଲୋର ୬୦ ପାକେଟ୍‌ ଲୁଣ, ୩୪ ପକେଟ୍‌ ନକଲି ପଟାସ୍‌, ଏମ୍ଓ‌ପି ଲେଖାଥିବା ୩୬ପ୍ଲାଷ୍ଟିକ ବସ୍ତା, ଗୋଟିଏ ରଂଗ ପାକେଟ୍‌,  ୬୦ଖାଲି ଲୁଣ ବସ୍ତା, ପାକେଟ୍‌ ସିଲ୍‌ କରିବା ମେସିନ, ଓଜନ ମାପକ ଯନ୍ତ୍ର ଏବଂ ୭ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ଗାଇସିଲାଟ ଥାନା ଜାମମାଲ ଗ୍ରାମର ହୃଷିକେଶ ସାହୁ(୩୦), ବଡ଼ସାହାଜବାହାଲ ଗ୍ରାମର ଆକାଶ ସାହୁ(୨୭), ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ଡୁମେରପାଲି ଗ୍ରାମର ବିଶ୍ୱାମିତ୍ର ସାହୁ(୨୪), ବାବୁଲୁ ତରିଆ(୨୪), ଡୁଙ୍ଗୁରିପାଲି ଥାନା କର୍ଲାଜୁରୀ ଗ୍ରାମର ଭରତ ସାହୁ(୨୪), କାର୍ତ୍ତିକ ସାହୁ(୩୭), ସୁନିଲ ସାହୁ(୨୬), ବଲାଂଗୀର ଜିଲ୍ଲା ଆଗଲପୁର ଥାନା ମହୁଲପାଲି ଗ୍ରାମର ସତ୍ୟବାଦୀ ସାହୁ(୨୪) ଏବଂ ଲୋଇସିଂହା ଥାନା ଗଣ୍ଡପାଲି ଗ୍ରାମର ଗୌରାଙ୍ଗ ସାହୁ(୩୦) ।

ଏକ ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଲେ, ଜାମମାଲ ଗ୍ରାମରେ ନକଲି ପଟାସ୍‌ ସାର ପ୍ରସ୍ତୁତ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ନକଲି ସାର ପ୍ରସ୍ତୁତ କରାଯାଇ ପାକେଟ୍‌ ପ୍ରତି ୧୨୦୦ ଟଙ୍କାରେ ବିକ୍ରି କରାଯାଉଥିଲା। ନକଲି ସାର କାରଖାନାରୁ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ମଧ୍ୟ ଯୋଗାଇ ଦିଆଯାଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସଡ଼ିପିଓ ଭୋଇ କହିଛନ୍ତି। ଘେଁସ୍‌ସ୍ଥିତ ଶଙ୍କର ଟ୍ରେଡର୍ସ ସାର ଦୋକାନକୁ ୧୪୦ପକେଟ୍‌ ନକଲି ସାର ଯାଇଥିବା ପୁଲିସ୍‌ ତଦନ୍ତରୁ ଜାଣିଛି। ଉକ୍ତ ଦୋକାନକୁ ସିଲ୍‌ କରିବା ସହିତ ଲାଇସେନ୍ସ ରବ୍ଦ ପ୍ରକିୟା ଚାଲିଛି ବୋଲି ଏସଡିପିଓ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe