କଟକରେ ଠାବ ହେଲା ନକଲି ବିଦେଶୀ ମଦ କାରଖାନା: ୯ ଲକ୍ଷର ଟଙ୍କାର ବିଦେଶୀ ମଦ ଜବତ

Advertisment

କଟକ ଜିଲ୍ଲାରେ ସରକାରୀ ଲାଇସେନ୍ସପ୍ରାପ୍ତ ବାର୍ ଓ ରେସ୍ତୋରାଁ ମାଲିକଙ୍କ ଘରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକକାଳୀନ ୧୧ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି।

କଟକ ଜିଲ୍ଲାରେ ସରକାରୀ ଲାଇସେନ୍ସପ୍ରାପ୍ତ ବାର୍ ଓ ରେସ୍ତୋରାଁ ମାଲିକଙ୍କ ଘରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକକାଳୀନ ୧୧ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି।

sfhsfhfhsht

କଟକ/ନିଶ୍ଚନ୍ତକୋଇଲି: କଟକ ଜିଲ୍ଲାରେ ସରକାରୀ ଲାଇସେନ୍ସପ୍ରାପ୍ତ ବାର୍ ଓ ରେସ୍ତୋରାଁ ମାଲିକଙ୍କ ଘରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକକାଳୀନ ୧୧ଶହ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି। ଜବତ ମଦର ମୂଲ୍ୟ ୯ ଲକ୍ଷ ୧୫ ହଜାର ଟଙ୍କା। ଏହି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଭଦ୍ରେଶ୍ବରର ସୌମ୍ୟ ରଞ୍ଜନ ପ୍ରଧାନ(୪୭), ଜଗନ୍ନାଥ ନାୟକ(୪୫), ମାହାଙ୍ଗା ଶୁକ୍ଲେଶ୍ବରର ଶରତ ଚନ୍ଦ୍ର ବାରିକ(୩୫), ଭଦ୍ରେଶ୍ବରର ପବିତ୍ର ଜେନା(୩୩), ଶ୍ରୀନିବାସ ପ୍ରଧାନ(୪୪)। ତେବେ ବାର୍‌ ମାଲିକ ଫେରାର୍‌ ହୋଇଯାଇଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପ୍ରହରାଜପୁର ଅଞ୍ଚଳର ହିମାଂଶୁ ନାୟକ ଏସ୍‌ଆର୍ ବାର୍ ଓ ରେସ୍ତୋରାଁ ନାଁରେ ଏକ ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ନେଇଥିଲେ। ଏହି ଲାଇସେନ୍ସପ୍ରାପ୍ତ ଦୋକାନ ଆଢ଼ୁଆଳରେ ସେ ନକଲି ବିଦେଶୀ ମଦ କାରଖାନା ଖୋଲିଥିବା ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା।  ଗୁରୁବାର ଅବକାରୀ ବିଭାଗର ଏକ ଟିମ୍ ପ୍ରଥମେ ହିମାଂଶୁଙ୍କ ପ୍ରହରାଜପୁରସ୍ଥିତ ଘର ପାର୍ଶ୍ବରେ ଥିବା ଦୁଇ ବଖରା ଘରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନାରେ ଚଢ଼ଉ କରିଥିଲା। ସେହି ଘରୁ ସୌମ୍ୟରଞ୍ଜନ ପ୍ରଧାନ, ଶରତ ଚନ୍ଦ୍ର ବାରିକ ଓ ପବିତ୍ର ଜେନା ଧରା ପଡ଼ିଥିଲେ। ନିଶ୍ଚିନ୍ତକୋଇଲି ଛକରେ ହିମାଂଶୁର ବାର୍ ପାର୍ଶ୍ବରେ ଥିବା ଏକ ଘରେ ବି ଚଢ଼ଉ ହୋଇଥିଲା। ସେହି ଘରୁ ବାରର ମ୍ୟାନେଜର ଶ୍ରୀନିବାସ ପ୍ରଧାନ ଓ ହିମାଂଶୁର ଦାଦା ଜଗନ୍ନାଥ ନାୟକ ଗିରଫ ହୋଇଥିଲେ। ପରେ ବାରରେ ବି ଚଢ଼ଉ ହୋଇଥିଲା। ସକାଳ ପ୍ରାୟ ୮ଟାରୁ ୩ଟା ଯାଏ ଏହି ଚଢ଼ଉ ଚାଲିଥିଲା। ବାର ଓ ମଦ ଫ୍ୟାକ୍ଟ୍ରିରୁ ମଦ ନମୁନା ଭୁବନେଶ୍ବର ସୈନିକ ସ୍କୁଲ ନିକଟରେ ଥିବା ରାଜ୍ୟ ଡ୍ରଗ୍ ଟେଷ୍ଟିଂ ଆଣ୍ଡ ରିସର୍ଚ୍ଚ ଲାବରେଟୋରିକୁ ପଠାଯାଇଛି। ଚଢ଼ଉ ଶେଷ ହେବା ପରେ ବାର୍‌କୁ ସିଲ୍ କରି ଦିଆଯାଇଛି।

ଏହି ଚଢ଼ଉରେ ମୋଟ ୧୧ ଶହ ଲିଟର ବିଦେଶୀ ମଦ, ତିନୋଟି ସ୍କୁଟି, ୮ ହଜାର ପ୍ଲାଷ୍ଟିକ୍ କ୍ୟାପ୍, ଅବକାରୀ ବିଭାଗର ୯ ହଜାର ୪୦ ଖଣ୍ଡ ଲେବୁଲ୍‌, ଖାଲି ବୋତଲ ୧ ହଜାର, ୫ଟି ମୋବାଇଲ୍ ଫୋନ୍, ନମ୍ବର-୧ ମଦର ଲେବଲ୍ ୧୧ଶହ ୯୦ଟି ଜବତ ହୋଇଛି। ଅବକାରୀ ବିଭାଗର ଲେବୁଲ୍ ଓ ନମ୍ବର୧ ମଦର ଲେବୁଲ ଜାଲ୍ ବୋଲି ଜଣାପଡ଼ିଛି। ଏହି ମଦ ଜିଲ୍ଲା ବାହାରୁ ଆମଦାନୀ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଅବକାରୀ ବିଭାଗ ଜାଣିବାକୁ ପାଇଛି। ପାଖାପାଖି ଏକ ବର୍ଷ ହେବ ଏଭଳି ବେଆଇନ ବିଦେଶୀ ମଦ କାରବାର ଚାଲିଥିବା ତଦନ୍ତ ସମୟରେ ଜଣାପଡ଼ିଛି। 

ଅବକାରୀ ଏସ୍‌ପି କରୁଣା ଶଙ୍କର ତିଵାରୀଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢ଼ଉରେ ସଦର ରେଞ୍ଜ ଇନ୍‌ସ୍ପେକ୍ଟର କମଳଲୋଚନ ପାଇକରାୟ, ସାଲେପୁର ରେଞ୍ଜ ଇନ୍‌ସ୍ପେକ୍ଟର ବିଜୟ ଭୂଷଣ ନାୟକ, ଜିଲ୍ଲା ମୋବାଇଲ୍ ୟୁନିଟ୍‌ର ଇନ୍‌ସ୍ପେକ୍ଟର ରଙ୍କନିଧି ମଲ୍ଲିକ, ଅବକାରୀ ଷ୍ଟେସନ କଟକ-୧ର ଓଆଇସି ତରୁଣ ପାତ୍ର, ନିଶ୍ଚିନ୍ତକୋଇଲି ଅବକାରୀ ଷ୍ଟେସନ୍‌ର ଓଆଇସି ରାଜକିଶୋର ନାୟକ, ସାଲେପୁର ରେଞ୍ଜ ଏଏସ୍‌ଆଇ ଦୁଷ୍ମନ୍ତ ବସନ୍ତରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe