ମନ୍ତ୍ରୀଙ୍କ ନାଁରେ ଫେସବୁକରେ ଫେକ ଆଇଡି

Advertisment
ମନ୍ତ୍ରୀଙ୍କ ନାଁରେ ଫେସବୁକରେ ଫେକ ଆଇଡି

କାଳିଆପାଣି : ନବନିଯୁକ୍ତ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନାଁରେ କେହି ଜଣେ ଦୁର୍ବୃତ୍ତ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବିଭିନ୍ନ ବ୍ୟକ୍ତିଙ୍କୁ ଫ୍ରେଣ୍ଡ୍‌ ରିକ୍ବେଷ୍ଟ ପଠାଇଥିବା ଦେଖିବାକୁ ମିଳିଛି। ଆଜି ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କୁ ଯୋଗାଯୋଗ କରିବାରେ ଏହା ଏକ ଫେକ୍‌ ଆଇଡି ବୋଲି ମନ୍ତବ୍ୟ ରଖି ଆବଶ୍ୟକ ହେଲେ ସଂପୃକ୍ତ ଅସାଧୁ ବ୍ୟକ୍ତି ବିରୋଧରେ ଆଇନର ସହାୟତା ନେବେ ବୋଲି ସୂଚନା ଦେଇଥିଲେ।

ପୂର୍ବରୁ ତାଙ୍କର ବୈଧ ଫେସବୁକ୍‌ ଆଇଡି ଥିବା ଏବଂ ଏଥିରେ ତାଙ୍କର ହଜାର ହଜାର ଅନୁଗାମୀ ଥିବା କହି ଏହି ଫେକ୍‌ ଆଇଡିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe