ପରେଡ୍‌ ବେଳେ ନକଲି ଯବାନ ଗିରଫ

Advertisment
ପରେଡ୍‌ ବେଳେ ନକଲି ଯବାନ ଗିରଫ

ପୁରୀ: ପୁରୀ ତାଳବଣିଆ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ପରିସରରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଚାଲିଥିବା ବେଳେ ଜଣେ ନକଲି ଯବାନକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି କୁମ୍ଭାରପଡ଼ା ଥାନା ଅବକାଶ ଲେନ୍‌ର ସୁନିଲ କୁମାର ଦାସ(୨୨)। ଗତକାଲି ସ୍ବାଧୀନତା ଦିବସ ପାଳନ ବେଳେ ସୁନିଲ ପାରା କମାଣ୍ଡୋ ବେଶରେ ସୁରକ୍ଷା ବଳୟକୁ ଭେଦ କରି ମୁଖ୍ୟ ଅତିଥିଙ୍କ ସଭାମଞ୍ଚ ନିକଟରେ ପହଞ୍ଚି ଯାଇଥିଲା। ସନ୍ଦେହ କରି ଉପସ୍ଥିତ ପୁଲିସ ଅଧିକାରୀମାନେ ପଚରାଉଚରା କରିବା ପରେ ସେ ନକଲି ଯବାନ ଓ ପାରା କମାଣ୍ଡୋ ବେଶରେ ଆସିଥିବା ଜଣାପଡ଼ିଥିଲା। ସମୁଦ୍ରକୂଳ ଥାନା ପୁଲିସ ସୁନିଲକୁ ଗିରଫ କରିବା ସହ ତା’ଠାରୁ ପାରା କମାଣ୍ଡୋ ପୋଷାକ ଓ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe