Advertisment

Fake job racket busted by police ପୁଲିସ ପଞ୍ଝାରେ ମିଛ ଚାକିରି ରୢାକେଟ୍‌: ୨ ଗିରଫ, ୬୨ ଲକ୍ଷ ଟଙ୍କା ଜବତ

Advertisment

୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)।

୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)।

money

ସମ୍ବଲପୁର: ୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ଏମାନେ ଏକ ବର୍ଷ ମଧ୍ୟରେ ୪ ଜିଲ୍ଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଫସାଇ ୨ କୋଟି ଟଙ୍କାର ଠକେଇ କରିଛନ୍ତି। ସେମାନେ ଆଗାମୀ ଦିନରେ ଆହୁରି ବଡ଼ଧରଣର ଠକେଇ ଯୋଜନା କରୁଥିଲେ, ଯାହାକୁ ପୁଲିସ ପଣ୍ଡ କରିଦେଇଛି। ଅଭିଯୁକ୍ତମାନଙ୍କଠାରୁ ୬୨.୧ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଗଲେ ଆହୁରି ତଥ୍ୟ ଜଣାପଡ଼ିବ। ଏହି ବଡ଼ଧରଣର ନିଯୁକ୍ତି ଠ‌କେଇରେ ସୌମ୍ୟ ସାହୁ ନାମକ ଜଣେ ଛଦ୍ମବ୍ୟକ୍ତି ସହିତ ଆହୁରି ଅନେକ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଶୀଘ୍ର ପୁଲିସ ଗିରଫ କରିବ ଓ ଅବଶିଷ୍ଟ ଟଙ୍କା ଜବତ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ। ଏଥିସହିତ ମିଛ ଚାକିରି ବିକ୍ରି ନେଇ ‘ସମ୍ବାଦ’ର ଏକ୍ସକ୍ଲୁସିଭ୍‌ ଅନୁସନ୍ଧାନମୂଳକ ସିରିଜ୍‌ ରିପୋର୍ଟକୁ ବଡ଼ ସଫଳତା ମିଳିଛି।

୨ ଗିରଫ, ୬୨ ଲକ୍ଷ ଟଙ୍କା ଜବତ
୪ ଜିଲ୍ଲାର ୧୮୦୦ ଗରିବଙ୍କଠାରୁ ୨ କୋଟି ଠକେଇ

ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, ରାହୁଲ ଜଣେ ବଙ୍ଗାଳୀ ଡେଲିଭରି ବଏ। ସେ ତାଙ୍କ କାର୍ଯ୍ୟ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପଦ୍ମାବତୀ ତାଣ୍ଡି ରହୁଥିବା ସ୍ଥାନ ସାତୁପାଲିକୁ ଯାଇଥାଆନ୍ତି। ଏକ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା। ସଫେଇ କର୍ମଚାରୀଙ୍କୁ ଚାକିରି ନାମରେ ଠକେଇ ପାଇଁ ସେମାନେ ବଡ଼ଧରଣର ଯୋଜନା କରିଥିଲେ। ଏଥିପାଇଁ ଆରମେକ୍ସ ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ନକଲି ସଂସ୍ଥା ଖୋଲିଥିଲେ। ଆହୁରି କିଛି ବ୍ୟକ୍ତିଙ୍କ ସହାୟତାରେ ପ୍ରାଥମିକ ପର୍ଯ୍ୟାୟରେ ସେମାନେ ଗାଁ-ଗାଁରେ ପହଞ୍ଚି ୫ରୁ ୧୦ ଲୋକଙ୍କୁ ନେଇ ବୈଠକ କରିଥିଲେ। ଚାକିରି ପାଇଁ ଲୋକଙ୍କୁ ଆକୃଷ୍ଟ କରୁଥିଲେ। ପରବର୍ତ୍ତୀ ସମୟରେ ୧୦୦ରୁ ଅଧିକ ଲୋକଙ୍କୁ ନେଇ ସମାବେଶ କରିବା ଆରମ୍ଭ କରିଥିଲେ। ନିଜକୁ ସରକାରୀ ସ୍ବୀକୃତିପ୍ରାପ୍ତ ଠିକାସଂସ୍ଥା ଭାବରେ ପରିଚୟ ଦେଇ ସଫେଇ କର୍ମଚାରୀ ଚାକିରି ପାଇଁ ଗରିବ ଏସ୍‌ସି ବର୍ଗଙ୍କୁ ଟାର୍ଗେଟ୍‌ କରି ଠକେଇ କରିଥିଲେ। ସେମାନେ ଚାକିରି ଆଶାୟୀଙ୍କଠାରୁ ପ୍ରଥମରୁ ହିଁ ୧୨ ହଜାର ଟଙ୍କା ନେବା ଆରମ୍ଭ କରିଥିଲେ। ଏଥିରୁ ରାହୁଲ ୫ ହଜାର ଏବଂ ପଦ୍ମାବତୀ ୨ରୁ ଅଢେଇ ହଜାର ଟଙ୍କା ରଖୁଥିଲେ। ସେମାନଙ୍କୁ ୧୨ ହଜାର ଟଙ୍କା ଦେଇଥିବା ଲୋକଙ୍କୁ ଦୈନିକ ୪୦୦ ଟଙ୍କା (ମାସକୁ ପ୍ରାୟ ୧୨ ହଜାର ଟଙ୍କା) ପାରିଶ୍ରମିକରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲେ। ପ୍ରତ୍ୟେକ ଆଶାୟୀଙ୍କଠାରୁ ଉଭୟ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ନକଲ ଆଣି ରଖିଥିଲେ। କିନ୍ତୁ କାହାର ବେତନ ମଧ୍ୟ ବ୍ୟାଙ୍କ ଆକାଉଣ୍ଟରେ ଦିଆଯାଉନଥିଲା, ନଗଦ ହିଁ ଦେଉଥିଲେ। ଅଧିକରୁ ଅଧିକ ଲୋକଙ୍କୁ ଠକିବା ପାଇଁ ୪ଟି ଯାକ ଜିଲ୍ଲାର ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ଏଜେଣ୍ଟ ନିଯୁକ୍ତ କରିଥିଲେ। ଅନେକ ଏଜେଣ୍ଟ ବି ଠକେଇ କରିବା ଉଦେଶ୍ୟରେ ଏହି ନିଯୁକ୍ତି ହୋଇଥିବା ଜାଣିନଥିଲେ। ତେବେ ଉକ୍ତ ‌ଏଜେଣ୍ଟମାନଙ୍କୁ ବି  ପୁଲିସ ପଚରାଉଚରା ଜାରି ରଖିଛି। 

ବୁଧବାର ବୁର୍ଲା ଥାନା ଅନ୍ତର୍ଗତ ଏକ ଗାଁରେ ହୋଇଥିବା ବଡ଼ ସମାବେଶ ନେଇ ପୁଲିସ ପାଖରେ ସୂଚନା ରହିଥିଲା। ଏହାକୁ ଟ୍ରାକ୍‌ କରିବା ପରେ ପୁଲିସ ୪ ଜଣଙ୍କୁ ଉଠାଇ ଆଣିଥିଲା। ଚାକିରି ପାଇଁ ଟଙ୍କା ଦେଇଥିବା ଲୋକଙ୍କର ଏହି ଠକ ଦଳ ପ୍ରତି ଏତେ ଭରସା ଥିଲା ଯେ ସେମାନେ ତାଙ୍କୁ ଛାଡ଼ିଦେବା ପାଇଁ ବୁର୍ଲା ଥାନା ଘେରାଉ ବି କରିଥିଲେ। କିନ୍ତୁ ସେମାନଙ୍କୁ ନିଯୁକ୍ତି ନାଁରେ ଠକାଯାଉଛି ବୋଲି ପୁଲିସ ବୁଝାସୁଝା କରିବା ପରେ ସେମାନେ ବୁଝିଥିଲେ। ଏହି ଠକଙ୍କ ପ୍ରତି ନିରୀହ ଲୋକଙ୍କ ବିଶ୍ବାସ ଯୋଗୁଁ କେହି ଏତଲା ମଧ୍ୟ ଦେବାକୁ ରାଜି ନଥିଲେ। ତେଣୁ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପରେ ବି ପୁଲିସ ପ୍ରଥମରୁ କିଛି କାର୍ଯ୍ୟାନୁଷ୍ଠାନ ନେଇପାରି ନଥିଲା। ତେବେ ଠକେଇର ଗୁରୁତ୍ବକୁ ଦେଖି ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ତଦନ୍ତ କରି ଘଟଣାର ପର୍ଦାଫାସ କରିଛି। ଏସ୍‌ପି ଆହୁରି କହିଛନ୍ତି, ଏ ସଂକ୍ରାନ୍ତରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା  ୩୧୯ (୨), ୩୧୬(୨), ୩୧୬(୫), ୩୧୮(୨), ୩୩୬ (୨), ୩୩୬(୩), ୬୧(୨)(ବି) ଏବଂ ୩/୫ ଆଧାରରେ ମାମଲା ରୁଜୁ କରିଛି। ଖୁବ୍‌ଶୀଘ୍ର ରାହୁଲ ଓ ପଦ୍ମାବତୀଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe