ନକଲି ମଦ କାରଖାନା ଠାବ: ୨୭୦ ଲିଟର ଅପମିଶ୍ରିତ ମଦ ସହ ୨ ଗିରଫ, ଝ‌ାଡ଼ଖଣ୍ଡ, କର୍ଣ୍ଣାଟକରୁ ଆସୁଥିଲା ନକଲି ମଦ

ବର୍ଷବର୍ଷ ଧରି ସହରରେ ଚାଲିଥିଲା ନକଲି ମଦ ବେପାର। ଝାଡ଼ଖଣ୍ଡ ସୀମାନ୍ତରୁ ଆସୁଥିଲା ନକଲି ମଦ ଏବଂ ସହର ମଝିରେ ଏକ ସରକାରୀ ଜମିରେ ପ୍ୟାକିଂ ଓ ଲେବଲିଂ ହେଉଥିଲା। ରୟାଲ ଷ୍ଟାଗ୍‌, ଅଫିସର୍ସ ଚଏସ୍‌ ବ୍ଲୁ ଓ ଆଇକନିକ୍‌ ଭଳି ନାମୀଦାମୀ ମଦ....

hfsshffhfh

ରାଉରକେଲା: ବର୍ଷବର୍ଷ ଧରି ସହରରେ ଚାଲିଥିଲା ନକଲି ମଦ ବେପାର। ଝାଡ଼ଖଣ୍ଡ ସୀମାନ୍ତରୁ ଆସୁଥିଲା ନକଲି ମଦ ଏବଂ ସହର ମଝିରେ ଏକ ସରକାରୀ ଜମିରେ ପ୍ୟାକିଂ ଓ ଲେବଲିଂ ହେଉଥିଲା। ରୟାଲ ଷ୍ଟାଗ୍‌, ଅଫିସର୍ସ ଚଏସ୍‌ ବ୍ଲୁ ଓ ଆଇକନିକ୍‌ ଭଳି ନାମୀଦାମୀ ମଦ କମ୍ପାନିର ଲେବୁଲ୍‌ ଲଗାଇ ଏହାକୁ ବିଭିନ୍ନ ଢାବା, ପାନ ଦୋକାନ ଓ ରାସନ୍‌ ଦୋକାନରେ ବିକ୍ରି କରାଯାଉଥିଲା। ଏଭଳି ଏକ ନକଲି ମଦ ପ୍ୟାକିଂ ଓ ଲେବଲିଂ ୟୁନିଟ୍‌ ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ସରଲା ଗ୍ରାମରେ ଠାବ ହୋଇଛି। ୩୦ ପେଟି ନକଲି ମଦ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ପୁଲିସ। ଅଭିଯୁକ୍ତମାନେ ହେଲେ ଜଲ୍‌ଦା ସି’ ବ୍ଲକ୍‌ର ଶତ୍ରୁଘ୍ନ ପଶାୟତ ଓ ପୁରୁଣାପାଣି ଅଞ୍ଚଳର ସୁକାନ୍ତି ଜୋଜୋ। ଏଥିସହିତ ୨୭୦ ଲିଟର ବିଦେଶୀ ମଦ, ୧୫୦୦ ନକଲି ଷ୍ଟାମ୍ପ୍‌, ୭୦୦୦ ହଜାର ନକଲି ଠିପି ଓ ଲେବୁଲ୍‌ ଜବତ ହୋଇଛି। ମଦ କାରବାରରେ ବ୍ୟବହୃତ ୨ଟି ସ୍କୁଟର (ଓଡି୧୪ଏଫ୍‌-୨୩୧୭, ଓଡି୧୪ୱାଇ-୫୫୦୯) ମଧ୍ୟ ଜବତ ହୋଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା  ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହା ସୂଚନା ଦେଇଛନ୍ତି। 

ସୂଚନାନୁଯାୟୀ, ଶତ୍ରୁଘ୍ନ ଓ ସୁକାନ୍ତି ବହୁବର୍ଷ ହେଲା ସୀମାନ୍ତ ଝାଡ଼ଖଣ୍ଡ, ବୋକାରୋ, ରାଞ୍ଚି, ବେଙ୍ଗାଲୁରୁ ଓ କର୍ଣ୍ଣାଟକରୁ ନକଲି ମଦ ଆଣୁଥିଲେ। ଏହାକୁ ରାଉରକେଲା ଓ ଆଖପାଖରେ ବିଭିନ୍ନ ବ୍ରାଣ୍ଡର ନକଲି ଲେବଲିଂ କରି ବିକ୍ରି କରୁଥିଲେ। ଶନିବାର ବିପୁଳ ପରିମାଣର ନକଲି ମଦ ସହରକୁ ଆସିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିବା ପରେ ଅବକାରୀ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଶନିବାର ଦିନ ପ୍ରାୟ ୩୦ ପେଟି ନକଲି ମଦ ଆସି ପହଞ୍ଚିବା ପରେ ଅବକାରୀ ଟିମ୍‌ ଦିନ ଗୋଟାଏ ବେଳେ ନକଲି ମଦ ପ୍ୟାକିଂ ଓ ଲେବଲିଂ ଯୁନିଟ୍‌ରେ ଚଢ଼ଉ କରିଥିଲା। ସେଠାରୁ ୨ ଜଣ ଅଭିଯୁକ୍ତଙ୍କ ସହ ବହୁ ନକଲି ସାମଗ୍ରୀ ଜବତ ହୋଇଥିଲା। ଏମାନେ ନକଲି ମଦ ଆଣି ସୀମାନ୍ତରେ ଛୋଟଛୋଟ ଆଡ୍ଡାରେ ଲୁଚାଇ ରଖିବା ପରେ ଧୀରେ ଧୀରେ ସହରକୁ ପ୍ରବେଶ କରାଇଥାନ୍ତି। ନିକଟରେ ବଣାଇ ତାମଡ଼ା ଅଞ୍ଚଳରୁ ମଧ୍ୟ ନକଲି ମଦ ବେପାରୀଙ୍କୁ ଗିରଫ କରାଯାଇଥିଲା। ମଦ ଆଣିବା ପରେ ଆଖପାଖ ଅଞ୍ଚଳରେ ଛୋଟ ଦୋକାନୀଙ୍କଠାରୁ ବରାଦ ନେଇ ମଦ ରିପ୍ୟାକିଂ କରି ବିକ୍ରି କରନ୍ତି। ଏଭଳି ଅଭିଯୁକ୍ତଙ୍କ ବି‌ରୋଧ‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଶ୍ରୀ ବରିହା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe