ଖୋର୍ଦ୍ଧା ସହରରେ ନକଲି ମଦ ଠାବ: ଅସଲି ବ୍ରାଣ୍ଡ୍‌ରେ ନକଲି କାରବାର

Advertisment

ଖୋର୍ଦ୍ଧା ସହରରେ ନକଲି ମଦ। ନାମିଦାମି ଅସଲି ବ୍ରାଣ୍ଡ୍‌ ବୋତଲରେ ନକଲି ମାଲ୍ ପ୍ୟାକିଂ କରି ଚାଲିଥିଲା ବେପାର। ତାହା ପୁଣି ଦିନ ଦ୍ବିପ୍ରହରରେ ଓ ପାନ ଦୋକାନରେ। ଯାହାକୁ ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଚଢ଼ଉ କରି ଠାବ କରିଛି।

ଖୋର୍ଦ୍ଧା ସହରରେ ନକଲି ମଦ। ନାମିଦାମି ଅସଲି ବ୍ରାଣ୍ଡ୍‌ ବୋତଲରେ ନକଲି ମାଲ୍ ପ୍ୟାକିଂ କରି ଚାଲିଥିଲା ବେପାର। ତାହା ପୁଣି ଦିନ ଦ୍ବିପ୍ରହରରେ ଓ ପାନ ଦୋକାନରେ। ଯାହାକୁ ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଚଢ଼ଉ କରି ଠାବ କରିଛି।

dggdcvcv

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ନକଲି ମଦ। ନାମିଦାମି ଅସଲି ବ୍ରାଣ୍ଡ୍‌ ବୋତଲରେ ନକଲି ମାଲ୍ ପ୍ୟାକିଂ କରି ଚାଲିଥିଲା ବେପାର। ତାହା ପୁଣି ଦିନ ଦ୍ବିପ୍ରହରରେ ଓ ପାନ ଦୋକାନରେ। ଯାହାକୁ ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଚଢ଼ଉ କରି ଠାବ କରିଛି। ୩୫ଲିଟର (୮୩ଟି ବୋତଲ) ନକଲି ମଦ ବୋତଲ ସହିତ ୯୫ଟା ପ୍ୟାକିଂ ଠିପି ଓ ୧୦୦ଟି ଖାଲି ବୋତଲ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗ ଖୋର୍ଦ୍ଧା ବାସେଳି ସାହିର ଆକାଶ କୋଦାମସିଂହ(୨୬) ଓ ପୁରୁଣା ଦମକଳ କେନ୍ଦ୍ର ତଳ ସାହିର ଅକ୍ଷୟ କୁମାର ବେହେରା(୨୫)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଉଭୟ ଘଟଣାରେ ଅବକାରୀ ବିଭାଗ ଦୁଇଟି ମାମଲା ରୁଜୁ କରିଛି। 

ବୋତଲ, ଠିପି, ଥିନର୍‌ ଜବତ, ୨ ଗିରଫ  
ପାନ ଦୋକାନରେ ଚାଲିଥିଲା କାରବାର

ସୂଚନା ମୁତାବକ, ଏହି ନକଲି ମଦ ପ୍ରସ୍ତୁତି ଖୋର୍ଦ୍ଧା ସହର ଭି-ଟୁ ସୋ’ରୁମ୍‌ ସାମ୍ନାରେ ଥିବା ଦୁଇ ପାନ ଦୋକାନ କ୍ୟାବିନ୍‌ରେ ଚାଲିଥିଲା। ଏହି କାରବାର କେବେଠୁ ଚାଲିଥିଲା, ତାହା କିଛି ସ୍ପଷ୍ଟ ନୁହେଁ। ଅବକାରୀ ବିଭାଗର କହିବା ମୁତାବକ, ଅଭିଯୁକ୍ତମାନେ ପ୍ରଥମେ ଅସଲି ବ୍ରାଣ୍ଡ୍‌ର ମଦ କିଣି ଆଣୁଥିଲେ। ତା’ ସହିତ ଲୋକେ ଅସଲି ବ୍ରାଣ୍ଡ୍‌ର ମଦକୁ ପିଇ ସାରିବା ପରେ ଫିଙ୍କି ଦେଉଥିବା ବୋତଲକୁ ବି ବିଭିନ୍ନ କବାଡ଼ି ବାଲାଙ୍କଠାରୁ ଯୋଗାଡ଼ କରୁଥିଲେ। ଗୋଟିଏ ଅସଲ ବ୍ରାଣ୍ଡ୍‌ର ମଦ ବୋତଲରୁ ସବୁ ମଦ ବାହାର କରି ସେଥିରେ ଚାଲିଥିଲା କାରସାଦି। ସେଥିରେ କିଛି ପାଣି ମିଶାଇବା ସହିତ ଆହୁରି ବିଭିନ୍ନ ପାନୀୟମିଶାଇ ନକଲି ମଦ ପ୍ରସ୍ତୁତ କରୁଥିଲେ। କବାଡ଼ିବାଲାଙ୍କଠାରୁ ଯୋଗାଡ଼ କରିଥିବା ଖାଲି ବୋତଲରେ ଏହି ନକଲି ମଦ ସବୁ ଭର୍ତ୍ତି କରି ପ୍ୟାକିଂ କରୁଥିଲେ। ଗୋଟିଏ ଅସଲି ବ୍ରାଣ୍ଡ୍‌ ବୋତଲ ମଦରୁ ବହୁ ସଂଖ୍ୟାରେ ନକଲି ବୋତଲ ମଦ ପ୍ରସ୍ତୁତ ହୋଇ ପାରୁଥିଲା ବୋଲି ଟିଏଲ୍‌ସି ରୋଡ୍‌ସ୍ଥିତ ନୂଆ ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ  ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହଜାରେ ଟଙ୍କାରେ କିଣି ପାଞ୍ଚ ହଜାର ଲାଭ କଲା ଭଳି ଏହି କାରବାର ଥିଲା।

ସେହି ଅନୁସାରେ, ଗ୍ରାହକ ବି ଯୋଗାଡ଼ ଚାଲିଥିଲା। ମଦ ଅସଲି କି' ନକଲି ପରଖିବା ପୂର୍ବରୁ ମଦୁଆ ଆଖି ବୁଜି କିଣୁଥିଲେ। ଦିନ ଦ୍ବିପ୍ରହରରେ ନିର୍ଭୀକରେ ଏହି କାରସାଦି ଚଳାଇଥିବା  ବେଳେ ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍‌ ଅବକାରୀ ଓଆଇସି ସୁଦର୍ଶନ ବିଶୋୟୀ, ଏସ୍‌ଆଇ ସୁନିତା ତାକିରି, ଟିଟୁ ସାହୁ, ପ୍ରଣବ କୁମାର ବେହେରା ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ। ମଦ ସିନା ନକଲି, କିନ୍ତୁ ଏଥିରେ ପ୍ରକୃତରେ କ’ଣ ସବୁ ମିଶୁଥିଲା, ସେ ସମ୍ପର୍କରେ ଅବକାରୀ ବିଭାଗ ମଧ୍ୟ ଅନ୍ଧାରରେ। ଚଢ଼ଉ ବେଳେ ବିଭିନ୍ନ ଜିନିଷ ଜବତ ହୋଇଛି। ତେଣୁ, ନକଲି ମଦର କେମିକାଲ୍ ଟେଷ୍ଟ ହେଲା ପରେ ହିଁ ଏହା କେତେ ବିଷାକ୍ତ ଥିଲା କି' ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଠକ ବ୍ୟବହାର କରୁଥିଲେ ୫ ବ୍ରାଣ୍ଡ୍‌ 
ଚଢ଼ାଉ ବେଳେ ଅବକାରୀ ବିଭାଗକୁ ୫ଟି ବ୍ରାଣ୍ଡ୍‌ର ଖାଲି ମଦ ବୋତଲ ମିଳିଛି। ତା ସହିତ ସେହି ବ୍ରାଣ୍ଡ୍‌ର ଅସଲି ମଦ ବୋତଲ ବି ଠାବ ହୋଇଛି। ତେଣୁ, ଅଭିଯୁକ୍ତମାନେ ଲୋକଙ୍କର ପ୍ରିୟ ୫ଟି ମଦ ବ୍ରାଣ୍ଡ୍‌କୁ ଟାର୍ଗେଟ୍‌ କରି ନକଲି କାରସାଦି କରୁଥିଲେ ବୋଲି ଜଣାପଡ଼ିଛି। 
ମ୍ୟୁନିସିପାଲିଟିର ଦୋକାନ 
ଯେଉଁ ଦୁଇଟି ପାନ ଦୋକାନରୁ ଏହି ନକଲି ମଦ ସବୁ ଠାବ ହୋଇଛି, ତାହା ଖୋର୍ଦ୍ଧା ପୌରପାଳିକାର ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି। ପୌରପାଳିକା ଏ ଦୋକାନ ବେପାର କରିବାକୁ ଦେଇଥିଲା, କିନ୍ତୁ ବେଆଇନ କାର୍ଯ୍ୟ କରିବାକୁ ନୁହେଁ। ତେଣୁ, ଏହି ଦୋକାନ କାହା ନାଁରେ ଥିଲା, ତାହାର ତନାଘନା କରାଯିବା ସହିତ ଏନେଇ ପୌର ପରିଷଦକୁ ଚିଠି କରାଯିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତୀ ତ୍ରିପାଠୀ ପ୍ରକାଶ କରିଛନ୍ତି। 
ମିଳିଛି ଥିନର୍‌
ଚଢ଼ଉ ବେଳେ ଖୋର୍ଦ୍ଧା ଅବକାରୀ ବିଭାଗ ଘଟଣାସ୍ଥଳରୁ ରଙ୍ଗ ଛଡ଼ାଇବାରେ ବ୍ୟବହାର କରାଯାଉଥିବା ଥିନର୍‌ ଦୁଇ ବୋତଲ ଜବତ ହୋଇଛି। ଯାହାକି ସ୍ବାସ୍ଥ୍ୟ ପାଇଁ ବିଷାକ୍ତ। କିନ୍ତୁ, ଏହା ସେଥିରେ ମିଶୁଥିଲା କି' ନାହିଁ, ତାହା ସ୍ପଷ୍ଟ ନୁହେଁ ବୋଲି ଅବକାରୀ ଅଧୀକ୍ଷକ ପ୍ରକାଶ କରିଛନ୍ତି। 
ଆକାଶ ନାଁରେ ପୁରୁଣା ମାମଲା
ଘଟଣାର ଅଭିଯୁକ୍ତ ଆକାଶ ଅବକାରୀ ବିଭାଗର ପ୍ରଥମ ଅଭିଯୁକ୍ତ ନୁହେଁ। ତା' ନାଁରେ ପୁରୁଣା ମାମଲା ବି ରହିଛି। କେଉଁ ମାମଲା କେବେଠୁ ରହିଛି, ବିଭାଗ ତାହା ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe