ନକଲି ନିଟ୍‌ ପରୀକ୍ଷାର୍ଥୀ ଗିରଫ: ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍‌

Advertisment

ଆଡ୍‌ମିଟ୍‌ କାର୍ଡ ଓ ମୋବାଇଲ୍‌ ଜବତ, ୩ ଫେରାର୍‌

ଆଡ୍‌ମିଟ୍‌ କାର୍ଡ ଓ ମୋବାଇଲ୍‌ ଜବତ, ୩ ଫେରାର୍‌

ନକଲି ନିଟ୍‌ ପରୀକ୍ଷାର୍ଥୀ ଗିରଫ: ୧୦ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍‌

ଭଦ୍ରକ: ମେଡିକାଲ୍‌ ପ୍ରବେଶିକା ପରୀକ୍ଷା (ନିଟ୍‌) ଦେଉଥିବା ଜଣେ ନକଲି ପରୀକ୍ଷାର୍ଥୀଙ୍କ ସହ ୨ଜଣ ମଧ୍ୟସ୍ଥି ଗିରଫ ହୋଇଛନ୍ତି। ଅନ୍ୟ ୩ଜଣ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ଅପରାଧର ଚେର ଖୋଜିବାରେ ଲାଗିଛି ପୁଲିସ। ଗତ ୫ତାରିଖରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲ୍‌ରେ ନିଟ୍‌ ପରୀକ୍ଷା ହୋଇଥିଲା। ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଉପରେ ସହପରୀକ୍ଷାର୍ଥୀ ଓ ଅଭିଭାବକ ସନ୍ଦେହ କରିଥିଲେ। ସେମାନେ ଏନେଇ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସରଙ୍କୁ ଜଣାଇଥିଲେ। ଯାଞ୍ଚ ହେବାରୁ ସଂଦିଗ୍ଧ ପରୀକ୍ଷାର୍ଥୀଙ୍କ ଫିଙ୍ଗର୍‌ ପ୍ରିଣ୍ଟ୍‌ ମେଳ ହୋଇ ନଥିଲା। ତେଣୁ ସେଣ୍ଟର ସୁପରିଣ୍ଟେ‌ଣ୍ଡେଣ୍ଟ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତଦନ୍ତରୁ ଜଣାପଡ଼ିଥିଲା ଯେ ନିଟ୍‌ ପରୀକ୍ଷାରେ ଭଲ ରୢାଙ୍କ୍‌ ପାଇଁ ମୟୂରଭଞ୍ଜର ଶାଶ୍ୱତ ତ୍ରିପାଠୀ ନାମକ ପରୀକ୍ଷାର୍ଥୀଙ୍କ ପରିବାର ଲୋକ ଜଣେ ଦକ୍ଷ ନକଲି ପରୀକ୍ଷାର୍ଥୀଙ୍କ ସଂଧାନରେ ଥିଲେ। ଏପରି ସମୟରେ ସେମାନେ ବିହାରର ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ। ଆଦିତ୍ୟ ସେହି ବିହାରର ରାଜେଶ କୁମାର ମଧୁକର, ପ୍ରେମଶଙ୍କର ପାଣ୍ଡେ ଓ ଅନ୍ୟ ସହଯୋଗୀଙ୍କ ମାଧ୍ୟମରେ କୋଲକାତା ମେଡିକାଲ୍‌ କଲେଜର ତୃତୀୟ ବର୍ଷ ଛାତ୍ର ବିହାରର ଅଙ୍କିତ ରାଜ୍‌ଙ୍କ ସଂପର୍କରେ ଆସିଥିଲେ। ଅଙ୍କିତ ମଧ୍ୟ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଉକ୍ତ କାମ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ତେବେ ଘଟଣା ଉପରୁ ପରଦା ହଟିବା ପରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଅଙ୍କିତଙ୍କ ସହ ରାଜେଶ ଓ ପ୍ରେମଶଙ୍କରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଫେରାର୍‌ ହୋଇଯାଇଛନ୍ତି। ସେହିପରି କିଛି ଆଡ୍‌ମିଟ୍‌ କାର୍ଡ ଓ ମୋବାଇଲ୍‌ ଜବତ ହୋଇଛି। ତେବେ ଏହି ନକଲି ପରୀକ୍ଷାର୍ଥୀ କାରବାର ହାତଗଣତି ଅପରାଧୀଙ୍କ ମଧ୍ୟରେ ସୀମିତି ଅଛି ନା ଏହା ପଛରେ ବଡ଼ ରାକେଟ୍‌ କାମ କରୁଛି, ସେନେଇ ତଦନ୍ତ ହେଉଛି ବୋଲି ସୂଚନା ଦେଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe