ଜନସେବା କେନ୍ଦ୍ରରେ ଚାଲିଥିଲା ଜାଲ୍‌ ନୋଟ୍‌ କାରବାର; ୨ ଅଭିଯୁକ୍ତ ଗିରଫ, ଏତିକି ପରିମାଣର ନକଲି ଟଙ୍କା ଜବତ

ଜନସେବା କେନ୍ଦ୍ରରେ ଚାଲିଥିଲା ଜାଲ୍‌ ନୋଟ୍‌ କାରବାର; ୨ ଅଭିଯୁକ୍ତ ଗିରଫ, ଏତିକି ପରିମାଣର ନକଲି ଟଙ୍କା ଜବତ

ଯୁଯୁମୁରା: ଜନସେବା କେନ୍ଦ୍ରରେ ନକଲି ନୋଟ୍ ଛାପା କାରବାର ଚାଲିଥିବା ବେଳେ ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଏହାକୁ ଲୋକଲୋଚନକୁ ଆଣିଛନ୍ତି। ଏସ୍‌ଟିଏଫ୍‌ ୧୫,୧୨,୫୦୦ ନକଲି ନୋଟ୍ ଜବତ କରିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତର ଅଢାପଡାରେ ଏହି ଜନସେବା କେନ୍ଦ୍ରରେ ପରିଚାଳିତ ହେଉଥିଲା ନକଲି ନୋଟ୍‌ କାରବାର। ନକଲି ନୋଟ୍ କାରବାର ନେଇ ବିଶ୍ବସ୍ତ ସୂଚନା ମିଳିବା ପରେ ଏସଟିଏଫ୍ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଏସଟିଏଫ୍‌କୁ ୧୫,୧୨,୫୦୦ ଟଙ୍କାର ନକଲି ନୋଟ୍ ମିଳିଥିଲା। ଜବତ ନୋଟରେ ୧୪,୩୨,୫୦୦ ଟଙ୍କାର ୫୦୦ ଟଙ୍କିଆ ନୋଟ ରହିଛି। ୮୦୦୦୦ ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ ରହିଛି। ଏଥି ସହିତ ଦୁଇଟି ଲାପଟପ, ଗୋଟିଏ କଲର ପ୍ରିଣ୍ଟର, ଗୋଟିଏ କି ବୋର୍ଡ, ୧୦ଟି ଜିଓ ସିମ୍‌ କାର୍ଡ, ୨ଟି କଳା ରଂଗର ଲାପଟପ୍‌ ବ୍ୟାଗ, ଗୋଟିଏ ମିନି ଏଟିଏମ୍‌ କାର୍ଡ ସ୍ବାଇପର ଓ ଗୋଟିଏ ଏଚ୍‌ପି ମାଉସ ଜବତ ହୋଇଛି।

publive-image

ନକଲି ନୋଟ୍‌ କାରବାର ସହିତ ଜଡ଼ିତ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ନୂଆ ଅଢ଼ାପଡ଼ାର ସ୍ବର୍ଗତ କୃତିବାସ ସାହୁଙ୍କ ପୁଅ ପୋଦାର ପ୍ରସାଦ ସାହୁ ଓରଫ ପପୁ (୨୮) ଓ ବୁର୍ଡା ଗାଁର ସ୍ବର୍ଗତ ଝୁମାର ବାଗଙ୍କ ପୁଅ ଜନ୍ମଜୟ ବାଗ (୩୨)କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe