ସାବଧାନ! ରାଉରକେଲା ବଜାରରେ ବୁଲୁଛି ୨ ଶହ/୫ ଶହ ଟଙ୍କିଆ ନକଲି ନୋଟ୍‌

Advertisment

ଜାଲ ନୋଟ୍‌ ଛାପୁଥିବା ଅଭିଯୁକ୍ତ ଗିରଫପରେ ସନ୍ଦେହ ବଢ଼ୁଛି

ଜାଲ ନୋଟ୍‌ ଛାପୁଥିବା ଅଭିଯୁକ୍ତ ଗିରଫପରେ ସନ୍ଦେହ ବଢ଼ୁଛି

ସାବଧାନ! ରାଉରକେଲା ବଜାରରେ ବୁଲୁଛି ୨ ଶହ/୫ ଶହ ଟଙ୍କିଆ ନକଲି ନୋଟ୍‌

ରାଉରକେଲା: ଇସ୍ପାତ ସହରର ବିଭିନ୍ନ ଅଞ୍ଚଳରେ ଏବେ ନକଲି ନୋଟ୍‌ ବୁଲୁଛି। ବି‌ଶେଷକରି ୨ ଶହ ଓ ୫ ଶହ ଟଙ୍କିଆ ନୋଟ୍‌ ଏବେ ବଜାର ପ୍ରବେଶ କରିସାରିଲାଣି। ବିଭିନ୍ନ ଦୋକାନୀ/ଗ୍ରାହକ ଏହାର ଶିକାର ହୋଇସାରିଥିବା ଦେଖିବାକୁ ମିଳୁଛି। ମାତ୍ର ତିନି ଦିନ ପୂର୍ବେ ରାଉରକେଲାରେ ଆନ୍ତଃରାଜ୍ୟ ଜାଲ୍‌ ନୋଟ୍‌ ବେପାରୀ ଧରାପଡ଼ିବାପରେ ଜନସାଧାରଣରେ ଏବେ ଭୟ ଖେଳିଯାଇଛି। ତେବେ ବଜାରକୁ ଏହି ନକଲି ନୋଟ୍‌ ମାର୍କେଟ୍‌କୁ ଆସିନଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଦିନକ ପୂର୍ବେ ‌ପାନପୋଷ ରୋଡ୍‌ରେ ଥିବା ଏକ ଦୋକାନୀକୁ କୌଣସି ଜଣେ ଗ୍ରାହକ ନକଲି ୫ ଶହ ଟଙ୍କିଆ ନୋଟ୍‌ ଦେଇଥିବା ଅଭିଯୋଗ ଆସିଥିଲା। ତେବେ ନିର୍ଦ୍ଦିଷ୍ଟ କେଉଁ ଗ୍ରାହକ ଏହି ଜାଲ୍‌ ନୋଟ୍‌ ଦେଇଥିଲେ ସେ ଜାଣିପାରିନଥିଲେ। ସେହିଭଳି ସେକ୍ଟର-୨ ମାର୍କେଟ୍‌ ଅଞ୍ଚଳର ଜଣେ ଦୋକାନୀ ସମାନ ପ୍ରକାର ଠକାମିର ଶିକାର ହୋଇଛନ୍ତି। ତାଙ୍କୁ ମଧ୍ୟ କେହି ଗ୍ରାହକ ୫ ଶହ ଟଙ୍କିଆ ନକଲି ନୋଟ୍‌ ଧରାଇଦେଇଥିବା ଅଭିଯୋଗ ହୋଇଛି। ବଜାରରେ କେବଳ ୫ ଶହ ଟଙ୍କିଆ ନକଲି ନୋଟ୍‌ ନୁହେଁ, ବରଂ ୨ ଶହ ଟଙ୍କିଆ ନକଲି ନୋଟ୍‌ ବି ଘୁରିବୁଲୁଛି। ଦୁଇ ଦିନ ପୂର୍ବେ ଉଦିତନଗର ଅଞ୍ଚଳର ଜଣେ ଯୁବକଙ୍କୁ ଦୋକାନୀ ଜଣକ ୨ ଶହ ଟଙ୍କିଆ ନକଲି ନୋଟ୍‌ ଦେଇଥିଲେ। ଅବଶ୍ୟ କିଛି ସମୟପରେ ଏନେଇ ଯୁବକ ଜଣକ ଅବଗତ ହୋଇ ଦୋକାନୀକୁ ନକଲି ନୋଟ୍‌ ଫେରାଇଦେଇଥିଲେ। ଏହି ନକଲି ନୋଟ୍‌ ଅବିକଲ ଅସଲି ଭଳି ଦିଶୁଥିବାରୁ ସହଜରେ ଜାଣି ହେଉନି। ଯଦ୍ବାରା ଉଭୟ ଗ୍ରାହକ, ଦୋକାନୀ ଠକାମିର ଶିକାର ହେଉଛନ୍ତି।

publive-image

ବାସ୍ତବରେ ଗତ ୧୧ ତାରିଖରୁ ବଜାରରେ ନକଲି ନୋଟ୍‌ର ଉପସ୍ଥିତିକୁ ନେଇ ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। କାରଣ, ଉକ୍ତ ଦିନ ନୂଆଦିଲ୍ଲୀ ବଦରପୁର ଥାନା ଅଞ୍ଚଳର ମୂଳବାସିନ୍ଦା ତଥା ସେକ୍ଟର-୧୭, କ୍ବାର୍ଟର ନଂ ସି’-୨୩୧ରେ ରହୁଥିବା ଅହମଦ ଅଲ୍ଲୀ(୨୨)ଙ୍କୁ ରାଉରକେଲା ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ପାଖରୁ ନଗଦ ୧୬ ଲକ୍ଷ ୧୧ ହଜାର ଟଙ୍କା ସମେତ ନକଲି ନୋଟ୍‌ ଛାପିବାରେ ବ୍ୟବହୃତ କଲର୍‌ ପ୍ରିଣ୍ଟର୍‌, ଲାପଟପ୍‌, ମୋବାଇଲ, ସ୍ୟାହି, ସ୍କେଲ୍‌ ଆଦି ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ପୂର୍ବରୁ ରାଜଗାଙ୍ଗପୁର ଅଞ୍ଚଳରେ ରହୁଥିବାବେଳେ ଗତ ଦୁଇ ମାସ ହେଲା ଆର୍‌ଏସ୍‌ପିର ଏହି ପରିତ୍ୟକ୍ତ କୋଠରୀରେ ରହୁଥିଲା। ଯେହେତୁ ତା’ ପାଖରୁ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଥିଲା, ଏଣୁ ପୂର୍ବରୁ ଛାପିସାରିଥିବା ଜାଲି ନୋଟ୍‌କୁ ରାଉରକେଲା ବଜାରରେ ଛାଡ଼ିଦେଇଥିବା ସନ୍ଦେହ ଜାତ ହୁଏ। ତେବେ ଏହାକୁ ପୁଲିସ ଖଣ୍ଡନ କରିଛି। ଅଭିଯୁକ୍ତ ଆଦୌ ନକଲି ନୋଟ୍‌ ବଜାରକୁ ଛାଡ଼ିପାରିନଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe