୨୦୦ ଟଙ୍କିଆ ନକଲି ନୋଟ୍‌ ସହ ମୋବାଇଲ୍ ଜବତ, ଜଣେ ଗିରଫ

Advertisment
୨୦୦ ଟଙ୍କିଆ ନକଲି ନୋଟ୍‌ ସହ ମୋବାଇଲ୍ ଜବତ, ଜଣେ ଗିରଫ

ମଦନପୁର ରାମପୁର/କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ରିଷିଡା ଗାଁରେ ନକଲି ନୋଟ୍‌ କାରବାର ପର୍ଦ୍ଦାଫାସ ହୋଇଛି। ନକଲି ନୋଟ୍‌ କାରବାର୍‌ ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିବା ସହ ତା ଠାରୁ ୨୦୦ଟଙ୍କିଆ ୧୦୦ଖଣ୍ଡ ନକଲି ନୋଟ ସହ ସେ ବ୍ୟବହାର କରୁଥିବା ଏକ ମୋବାଇଲ ଜବତ କରିଛି। ସମୁଦାୟ ୨୦ହଜାର ଟଙ୍କା ଜବତ ହୋଇଛି। ଗିରଫ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର କୁନ୍ଦେଇପାଲି ଗାଁ ର ବିରେନ୍ଦ୍ର ସୁନା ବୋଲି ଜଣାପଡିଛି।

ସୂଚନା ଅନୁସାରେ ବୀରେନ୍ଦ୍ର ରିଷିଡା ଗାଁର ମେଡିକାଲ ନିକଟରେ ଏକ କଳା ରଙ୍ଗର ପଲିଥିନରେ ନକଲି ନୋଟ ରଖି ଠିଆ ହୋଇଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ପୁଲିସ ତା ପାଖରେ ପହଞ୍ଚିଥିଲା। ପରେ ତା ଠାରୁ ୨୦୦ଟଙ୍କିଆ ନକଲି ନୋଟ ୧୦୦ଖଣ୍ଡ ଓ ସେ ବ୍ୟବହାର କରୁଥିବା ଏକ ମୋବାଇଲକୁ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏଡିପିଓ ରୋହିତ ବର୍ମା ଗଣ ମାଧ୍ୟମକୁ ସୂଚନା ଦେଇଛି ଯେ ଏହି କାରବାରର ଚେର କେତେଦୂର ଲମ୍ବିଛି ତଦନ୍ତ ପରେ ସାମ୍ନା କୁ ଆସିବା। ଏହି ତଦନ୍ତ ବେଳେ ରିଶିଦା ଫାଣ୍ଡି ଅଧିକାରୀ ସମେତ ମଦନପୁର ରାମପୁର ଆଇଆଇସି ସଚିଂଦ୍ର ପ୍ରଧାନ, ଏସ ଆଇ ଶିରାଜ୍ ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe