ଯୁକ୍ତଦୁଇ ନାମଲେଖା ପାଇଁ ବୁଲୁଛି ଫେକ୍ ନୋଟିସ୍ 

ଯୁକ୍ତଦୁଇ ନାମଲେଖା ପାଇଁ ବୁଲୁଛି ଫେକ୍ ନୋଟିସ୍ 

The Week

ସମ୍ବଲପୁର: ନିକଟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ କେଉଁ କଲେଜ୍‌ରେ ଯୁକ୍ତ ୨ରେ ନାମ ଲେଖାଯିବ ସେ ନେଇ ଚିନ୍ତା କରିବା ଆରମ୍ଭ କରିସାରିଛନ୍ତି। ଏସବୁ ଭିତରେ ଏକ ନୋଟିସ୍‌ ସମସ୍ତଙ୍କୁ ହରଡ଼ଘଣାରେ ପକାଇଛି। ୧୫ ତାରିଖରୁ ଯୁକ୍ତ ୨ ନାମ ଲେଖା ଆରମ୍ଭ ହେଉଥିବା ନେଇ ଏକ ନୋଟିଫିକେସନ୍‌ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ଏହି ନୋଟିସ୍‌ ଦେଖି ଅନେକ ନାମଲେଖା ପାଇଁ ଆବେଦନ କରିବାକୁ ସାମ୍ସର ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଖୋଜୁଛନ୍ତି, କିନ୍ତୁ ନିରାଶ ହେଇଛନ୍ତି। ସାମ୍ସ ୱେବ୍‌ସାଇଟ୍‌ରେ ନାମଲେଖା ଆବେଦନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଲିଙ୍କ ଦିଆଯାଇନାହିଁ। ତେବେ ସାମାଜିକ ଗଣମାଧ୍ୟମରେ ବୁଲୁଥିବା ନୋଟିସ୍‌ଟି ଫେକ୍‌ ବୋଲି ଶିକ୍ଷା ବିଭାଗ ପକ୍ଷରୁ କହାଯାଇଛି। ତେବେ ଯୁକ୍ତ ୨ ନାମଲେଖା ପାଇଁ ବର୍ତ୍ତମାନ ସୁଦ୍ଧା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ନୋଟିସ୍‌ ଜାରି କରାଯାଇନାହିଁ। ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୨୦ରୁ ସାମ୍ସ ମାଧ୍ୟମରେ ଅଗଷ୍ଟ ୧୦ ଯାଏ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe