ନକଲି ପିଏସ୍‌ଓ ଗିରଫ

Advertisment
ନକଲି ପିଏସ୍‌ଓ ଗିରଫ

Kalinga TV

ବରଗଡ଼: ବରଗଡ଼ ପୁଲିସ୍‌ ନାଁରେ ପୂର୍ବରୁ ଗୁଡ଼ାଏ ଅସାମାଜିକ ବ୍ୟକ୍ତି ଦାଦାବଟି ଅସୁଲି, ହତ୍ୟା ଧମକ ଦେବା ଭଳି ଅଭିଯୋଗ ରହିଥିଲା। ଏହି ଘଟଣାଗୁଡ଼ିକରେ ସଂପୃକ୍ତ ନକଲି ପୁଲିସ୍‌ମାନେ ଗିରଫ ହୋଇଥିଲେ। ଏଭଳି ପୁଣି ଘଟଣା ନଜରକୁ ଆସିଛି। ନିଜକୁ ଏସ୍‌ପିଙ୍କ ପିଏସ୍‌ଓ ବୋଲି ପରିଚୟ ଦେଇ ଧମକ ଚମକ ଏବଂ ଦାଦାବଟି ଅସୁଲି କରୁଥିବା ଅଭିଯୋଗରେ ଟାଉନ୍ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଭିଏସ୍‌ଏସ୍‌ ନଗରର ସୌମ୍ୟରଂଜନ ଦାସ ଓରଫ ବବି।

ତା ପାଖରୁ ଏକ ନକଲି ଲାଇଟର ପିସ୍ତଲ ଏବଂ ଲୁହାରଡ଼ ଜବତ ହୋଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ବରଗଡ଼ ଟାଉନ୍‌ ଥାନାରେ ଏକାଧିକ ମାମଲା ରହିଛି। ପୁଲିସ୍‌ ସୂଚନାନୁସାରେ ସୌମ୍ୟରଂଜନ ଗତ ୧୬ ତାରିଖ ଗୁରୁଦ୍ବାର ଛକ ନିକଟସ୍ଥ ମାହେଶ୍ବରୀ ହୋଟେଲଠାରେ ପହଂଚିଥିଲା। ସେଠାରେ ନକଲି ପିସ୍ତଲ ଦେଖାଇ ଲୋକଙ୍କୁ ଧମକ ଚମକ ଦେଇ ଦାଦାବଟି ଅସୁଲି କରୁଥିଲା। ଏହା ପୂର୍ବରୁ କେନାଲ କଲୋନୀ ଛକଠାରେ ଅନ୍ୟ ୬ ଜଣ ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ସେ ଜାତୀୟ ରାଜପଥରେ ଯାଉଥିବା ଭାରୀଯାନକୁ ଅଟକାଇ ଡକାୟତି ପାଇଁ ଯୋଜନା କରୁଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ୫ ଜଣ ଦୁର୍ବୃତ୍ତ ଫେରାର ମାରିଥିଲେ। ସେଥିରେ ସୌମ୍ୟରଂଜନ ବି ସାମିଲ ଥିଲା। ଟାଉନ୍ ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe