ନକଲି ଆର୍‌ଟିଓ ଗିରଫ

ନକଲି ଆର୍‌ଟିଓ ଗିରଫ

ଜଳେଶ୍ବର: ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ନିଜକୁ ଆରଟିଓ ପରିଚୟ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଳେଶ୍ବର ପୁଲିସ ଜଣକୁ ଗିରଫ କରିଛି। ସୂଚନା ଅନୁସାରେ, ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ପ୍ରତିଦିନ କିଛି ଅସାମାଜିକ ଯୁବକ ନିଜକୁ କେତେବେଳେ ପୁଲିସ ତ ଆଉ କେତେବେଳେ ଆରଟିଓ ପରିଚୟ ଦେଇ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସ ଓ ଟ୍ରକରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରି ଆସୁଥିଲେ।

ଗତକାଲି ବିଳମ୍ବିତ ରାତିରେ ଟୋଲଗେଟ ଠାରୁ ଅଳ୍ପ ଦୂରରେ କିଛି ଯୁବକ ନିଜକୁ ଆରଟିଓ ବୋଲି ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ବିଭିନ୍ନ ଗାଡ଼ି ଚାଳକଙ୍କୁ ଧମକଚମକ ଦେଇ ଚାନ୍ଦା ଆଦାୟ କରୁଥିବା ନେଇ ଜଳେଶ୍ବର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ସୂଚନା ଆଧାରରେ ଚଢ଼ଉ କରି ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅରିନ୍ଦମ ମହାନ୍ତି ନାମକ ଜଣେ ଯୁବକକୁ ଗିରଫ କରିଛି।

ଅନ୍ୟ ୩/୪ ଜଣ ଯୁବକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ତେବେ ଏହି ଯୁବକ ଜଣକ ବହୁଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘରଭଡ଼ା ନେଇ ରହି ଆସୁଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe