The New Indian Express
ସମ୍ବଲପୁର: ମା’ ତମ ଘରେ ସବୁବେଳେ ଅସନ୍ତୋଷ ଲାଗି ରହୁଛି। ଶାନ୍ତି ରହୁନି। ଆମେ ଦେଖିପାରୁଛୁ ଆପଣଙ୍କ ମଙ୍ଗଳରେ ଶନି ଦଶା ପଡ଼ିଛି। ଏଭଳି କିଛି ଭୟ ସୃଷ୍ଟି କରୁଥିବା କଥା କହି କିମ୍ବା କିଛି ବହୁତ ଭଲ ହେବାର ଲୋଭ ଦେଖାଇ ଭଣ୍ଡବାବା ମାନେ ଲୋକଙ୍କୁ ଅନେକ ଥର ଚୂନା ଲଗାଉଥିବା ଘଟଣାମାନ ସାମ୍ନାକୁ ଆସିଛି। ସମ୍ବଲପୁରର ଜଣେ ମହିଳା ମଧ୍ୟ ମଙ୍ଗଳବାର ଏହି ଭଣ୍ଡ ବାବାଙ୍କ ମାୟାରେ ବାୟା ହୋଇ ସୁନା ଅଳଙ୍କାର ହରାଇଛନ୍ତି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରାଜପୁର ଅଞ୍ଚଳର ସୁନୀତା ଅଗ୍ରଵାଲ୍(୪୭) ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ସାନ୍ଧ୍ୟଭ୍ରମଣ କରିବାକୁ ଯାଇଥିଲେ। କ୍ଷେତରାଜପୁର ରେଳ ଫାଟକ ପାଖାପାଖି ଅଞ୍ଚଳରେ ୨ ଜଣ ବାବା ତାଙ୍କୁ ଅଟକାଇଲେ ଏବଂ ଭବିଷ୍ୟତ କହିବେ ବୋଲି କହିଲେ। ସୁନୀତା ମଧ୍ୟ ତାଙ୍କ କଥାରେ ପଡ଼ିଯାଇଥିଲେ। ସେମାନେ ପ୍ରଥମେ ତାଙ୍କୁ କର୍ପୁର ଆଣିବା ପାଇଁ ପଠାଇଲେ। ସାଙ୍ଗରେ ଜଣେ ଭଣ୍ଡ ବାବ ମଧ୍ୟ ଗଲେ। ତାପରେ ଦେହରେ କିଛି ଅଳଙ୍କାର ନ ରଖି ମୋହ ମାୟା ଛାଡ଼ି ଧ୍ୟାନ କରିବାକୁ କହିଲେ। ମହିଳା ପିନ୍ଧିଥିବା ସୁନା ଚୁଡ଼ି ଓ ହାରକୁ ଭଣ୍ଡ ବାବାଙ୍କ କହିବା ଅନୁଯାଇ ତାଙ୍କ ଥଳିରେ ପକାଇ ଦେଇଥିଲେ। ତାପରେ ଆଖି ବନ୍ଦ କରି କିଛି ବାଟ ଯିବାକୁ କହିସେ। ସୁନୀତା ଆଖି ବନ୍ଦ କରି ଆଗକୁ ଯାଇ କିଛି ସମୟ ଅପେକ୍ଷା କରିଥିଲେ। କେହି କିଛି ନକହିବାରୁ କିଛି ସମୟ ପରେ ଆଖି ଖୋଲି ଦେଖନ୍ତି ତ ୨ ଭଣ୍ଡବାବା ସେଠାରୁ ଫେରାର୍ ହୋଇସାରିଥିଲେ। ଶେଷରେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us