ଶିକ୍ଷା ମନ୍ତ୍ରଣାଳୟର ନକଲି ୱେବସାଇଟ୍‌

Advertisment
ଶିକ୍ଷା ମନ୍ତ୍ରଣାଳୟର ନକଲି ୱେବସାଇଟ୍‌

ଭୁବନେଶ୍ବର : ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସହ ମେଳ ଖାଉଥିବା କେତେକ ୱେବସାଇଟ୍‌ ଜରିଆରେ ଆବେଦନକାରୀଙ୍କୁ ଠକିବା ଲାଗି ଉଦ୍ୟମ ହେଉଥିବା ନଜରକୁ ଆସିଛି। ଯାହାର ତାଲିକା ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି। ସେଗୁଡ଼ିକ ମଧ୍ୟରେ www.sarvashiksha.online, https:/amagra.shikshaabhiyan.co.in, https:/hikshaabhiyan.org.in ଅନ୍ୟତମ। ଆଶାୟୀ ପ୍ରାର୍ଥୀମାନଙ୍କୁ ଉକ୍ତ ୱେବସାଇଟ୍‌ଗୁଡ଼ିକ ଜରିଆରେ ନିଯୁକ୍ତି ସୁଯୋଗର ପ୍ରଲୋଭନ ଦିଆଯାଉଛି। ୱେବସାଇଟ୍‌ର ଲେ-ଆଉଟ୍‌, ବିଷୟବସ୍ତୁ ଓ ଉପସ୍ଥାପନା ମୂଳ ୱେବସାଇଟ୍‌ ଭଳି ହୋଇଥିବାରୁ ଚାକିରି ଆଶାୟୀମାନେ ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏସବୁ ୱେବସାଇଟ୍‌ ଜରିଆରେ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଲାଗି ଅର୍ଥ ମଧ୍ୟ ଆଦାୟ କରାଯାଉଥିବା ଜଣାପଡ଼ିଛି।

ଉକ୍ତ ୱେବସାଇଟ୍‌ଗୁଡ଼ିକ ଶିକ୍ଷା‌ ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଓ ସାକ୍ଷରତା ବିଭାଗର ଦୃଷ୍ଟିକୁ ଆସିଛି। ଏଭଳି ଆହୁରି କିଛି ୱେବସାଇଟ୍‌/‌ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଥାଇପାରେ। ଯାହା ମାଧ୍ୟମରେ ଚାକିରି ପ୍ରତିଶ୍ରୁତି ଦିଆଯାଇ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଅର୍ଥ ଦାବି କରାଯାଉଥିବା ଜଣାପଡ଼ିଛି।ଏହାବ୍ୟତୀତ ଜନସାଧାରଣଙ୍କ ଅବଗତି ନିମନ୍ତେ ପରାମର୍ଶ ଦିଆଯାଇଛି ଯେ ଚାକିରି ପାଇଁ ଆବେଦନ କରିବା ସମୟରେ ଏଭଳି ୱେବସାଇଟ୍‌ରୁ ସତର୍କ ରହିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe