ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ‌ଜାଲ୍‌ ହ୍ବାଟ୍‌ସଆପ୍‌ କିମ୍ବା ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ସାଇବର ଠକ ଲୋକଙ୍କୁ ଭୂଆଁ ବୁଲାଇବା କିଛି ନୂଆ କଥା ନୁହେଁ। ପୁଲିସ ଅଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲି ବନ୍ଧୁତା କରିବା ପରେ ସାଇବର ଠକ ନିହାତି ଆବଶ୍ୟକ ବୋଲି କହି ଟଙ୍କା ମାଗନ୍ତି। ଏବେ ଠିକ୍‌ ସେମିତି ଆ‌ଉ ଏକ ଘଟଣା ପଦାକୁ ଆସିଛି। ସାଇବର ଠକ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଜାଲ୍‌ ହ୍ବାଟ୍‌ସଆପ୍‌ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏନେଇ ଖୋଦ୍‌ ଶ୍ରୀ ଉପାଧ୍ୟାୟ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଓ କେହି ଠକ କଥାରେ ଭଳି ନଯିବାକୁ ପରାମର୍ଶ ଦେଇଛନ୍ତି।

ଗତ କିଛି ଦିନ ହେଲା ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟଙ୍କ ନାମରେ ସାଇବର ଠକ ନକଲି ହ୍ବାଟ୍‌ସଆପ୍‌ କରି ତାଙ୍କ ସମ୍ପର୍କୀୟମାନଙ୍କୁ ମେସେଜ୍‌ ପଠାଉଥିଲା। କିଛି ଲୋକଙ୍କୁ ନିଜର ଅସୁସ୍ଥତା ଦର୍ଶାଇ ଟଙ୍କା ଜରୁରୀ ବୋଲି କହୁଥିଲା। ସେହିଭଳି ନିଜର ଜଣେ ସମ୍ପର୍କୀୟଙ୍କ ଜରୁରୀ ଅସ୍ତ୍ରୋପଚାର ହେବାର ଅଛି ବୋଲି କହି ସେ କିଛି ଲୋକଙ୍କୁ ଟଙ୍କା ମାଗିଥିଲା। ତେବେ ଶ୍ରୀ ଉପାଧ୍ୟାୟଙ୍କ କିଛି ନିକଟତମ ସମ୍ପର୍କୀୟ ଏନେଇ ଫୋନ୍‌ ଯୋଗେ ତାଙ୍କୁ ସିଧାସଳଖ ଯୋଗାଯୋଗ କରିଥିଲେ। ଫଳରେ ସାଇବର ଠକର ଚାଲ୍‌ ଜଣାପଡ଼ିଯାଇଛି। ଏନେଇ ଶ୍ରୀ ଉପାଧ୍ୟାୟ କଟକ ସାଇବାର ଥାନାରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ସେ ଏଭଳି ଜାଲ୍‌ ଆକାଉଣ୍ଟ ଫାଶରେ ନପଡ଼ିବାକୁ ତାଙ୍କ ବାର୍ତ୍ତା ସର୍ବସାଧାରଣରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe