ସୁନାବେଡ଼ା ବସଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାର: ୩ ଲକ୍ଷ୨୭ ହଜାର ୬୦୦ ଟଙ୍କା ଜବତ, ଜଣେ ଗିରଫ

Advertisment
ସୁନାବେଡ଼ା ବସଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାର: ୩ ଲକ୍ଷ୨୭ ହଜାର ୬୦୦ ଟଙ୍କା ଜବତ, ଜଣେ ଗିରଫ

ସୁନାବେଡ଼ା: କୋରାପୁଟ ଜିଲ୍ଲାର ସୁନାବେଡ଼ା-୧ସ୍ଥିତ ବସ୍ ଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାରରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି।

ଗିରଫ ବ୍ୟକ୍ତିଜଣଙ୍କ ହେଉଛନ୍ତି ଲେକିଡିଗୁଡା ଗ୍ରାମ ନିବାସୀ ଘାସି ଖିଲଙ୍କ ପୁତ୍ର ଅନାମ ଖିଲ (୩୩)। ତାଙ୍କ ବିରୁଦ୍ଧରେ ୪୮୯ ଏ, ୪୮୯ ବି, ୪୮୯ ସି ଓ ୧୨୦ ବି ଧାରାରେ କେସ ରୁଜୁ କରାଯାଇଛି। ପୁଲିସ୍ ଅନାମ ଖିଲଙ୍କଠାରୁ ୩ ଲକ୍ଷ୨୭ ହଜାର ୬୦୦ ଟଙ୍କାର ଜାଲନୋଟ ଜବତ କରି ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର୍ ଥିବାର ସୂଚନା ମିଳିଛି। ଏନେଇ ସୁନାବେଡ଼ା ଥାନା ଆଇଆଇସି ଭୀମସେନ ନାୟକ ତଦନ୍ତ ଜାରି ରଖିଛନ୍ତି ଏବଂ ଏଥିରେ ଏକ ଜାଲ୍ ନୋଟ୍ ରାକେଟ୍ ସଂଶ୍ଳିଷ୍ଟ ଥିବା ସେ  ସନ୍ଦେହ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe