ଫକୀର ହରିଚନ୍ଦନ ଜନ୍ମ ଶତାବ୍ଦୀ ସମାପନ ସମାରୋହ: ନିଜ ଘରୁ ନିଶା ନିବାରଣ ପାଇଁ ସଂକଳ୍ପ ନେଲେ ମହିଳା

Advertisment

ଫକୀର ହରିଚନ୍ଦନ ଥିଲେ କଣାସ ଅଞ୍ଚଳର ବିକାଶ ପୁରୁଷ। ସାରସ୍ବତ ସାଧନା ସହ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ସଦା ଅବିସ୍ମରଣୀୟ ରହିବ। ନିଶାମୁକ୍ତ ସମାଜ ଗଠନ ହେଲେ ହିଁ ବିକାଶର ଧାରା ଆଗକୁ ବଢ଼ିବ ଏବଂ ଫକୀର ହରିଚନ୍ଦନ ଏହି ଅଞ୍ଚଳକୁ ନେଇ ଦେଖିଥିବା ସ୍ବପ୍ନ ସାକାର ହୋଇପାରିବ।

ଫକୀର ହରିଚନ୍ଦନ ଥିଲେ କଣାସ ଅଞ୍ଚଳର ବିକାଶ ପୁରୁଷ। ସାରସ୍ବତ ସାଧନା ସହ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ସଦା ଅବିସ୍ମରଣୀୟ ରହିବ। ନିଶାମୁକ୍ତ ସମାଜ ଗଠନ ହେଲେ ହିଁ ବିକାଶର ଧାରା ଆଗକୁ ବଢ଼ିବ ଏବଂ ଫକୀର ହରିଚନ୍ଦନ ଏହି ଅଞ୍ଚଳକୁ ନେଇ ଦେଖିଥିବା ସ୍ବପ୍ନ ସାକାର ହୋଇପାରିବ।

gdgdvccv

କଣାସ/ଗଡ଼ିଶାଗୋଦା: ଫକୀର ହରିଚନ୍ଦନ ଥିଲେ କଣାସ ଅଞ୍ଚଳର ବିକାଶ ପୁରୁଷ। ସାରସ୍ବତ ସାଧନା ସହ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ସଦା ଅବିସ୍ମରଣୀୟ ରହିବ। ନିଶାମୁକ୍ତ ସମାଜ ଗଠନ ହେଲେ ହିଁ ବିକାଶର ଧାରା ଆଗକୁ ବଢ଼ିବ ଏବଂ ଫକୀର ହରିଚନ୍ଦନ ଏହି ଅଞ୍ଚଳକୁ ନେଇ ଦେଖିଥିବା ସ୍ବପ୍ନ ସାକାର ହୋଇପାରିବ। କଣାସ ବ୍ଲକ୍‌ ସମ୍ମୁଖରେ ବାଗ୍ମୀ, ସମାଜସେବୀ, ଶିକ୍ଷକ, ରାଜନେତା, ସାରସ୍ବତ ସାଧକ ଫକୀର ହରିଚନ୍ଦନଙ୍କ ଜନ୍ମ ଶତାବ୍ଦୀ ସମାପନ ସମାରୋହରେ ଅତିଥିମାନେ ଏହା କହିଛନ୍ତି। 

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଫକୀର ହରିଚନ୍ଦନ ଥିଲେ କଣାସର ବିକାଶ ପୁରୁଷ। ସଂପ୍ରତି ଆମ ସମାଜରେ ନିଶା ସମସ୍ତ ବିଶୃଙ୍ଖଳାର ମୂଳ କାରଣ ପାଲଟିଛି। ଫକୀର ହରିଚନ୍ଦନଙ୍କ ଜୟନ୍ତୀ ଅବସରରେ ନିଶା ନିବାରଣ ଅଭିଯାନର ପ୍ରମୁଖ ସାରଥୀ ପଦ୍ମଚରଣ ନାୟକଙ୍କୁ ଆମେ ଆଜି ଏକ ବଦଳ ଉପହାର ଦେବାର ଆବଶ୍ୟକତା ରହିଛି। ସେହି ବଦଳ ଉପହାର ବା ରିଟର୍ଣ୍ଣ ଗିଫ୍ଟଟି ହେବ, ଆମେ ନିଜକୁ ଓ ନିଜ ପରିବାରକୁ ନିଶାଠାରୁ ଦୂରେଇ ରଖିବା ଏବଂ ଏଥିପାଇଁ ସମସ୍ତେ ସଂକଳ୍ପ ନେବା। ଏହି ନିଶା ନିବାରଣ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏପରି ବକ୍ତବ୍ୟରେ ପ୍ରଭାବିତ ହୋଇ ନାନକେରାର ନଦିଆ ସଂକୀର୍ତ୍ତନ ନାରୀମଣ୍ଡଳ ଏବଂ ସଭାସ୍ଥଳରେ ଉପସ୍ଥିତ ଥିବା ପାଞ୍ଚ ଶହରୁ ଅଧିକ ମହିଳା ନିଜ ଘରୁ ନିଶା ନିବାରଣ ଆରମ୍ଭ କରିବେ ବୋଲି ଶପଥ ନେଇ ସଂକୀର୍ତ୍ତନ କରିଥିଲେ ଏବଂ ଏହା ହିଁ ଆଜିର ବଦଳ ଉପହାର ବୋଲି ଘୋଷଣା କରିଥିଲେ।  

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ କହିଲେ, ଶହେ ବର୍ଷ ବୟସରେ ମୁଁ ନିଶା ନିବାରଣ ପାଇଁ ଧାଉଁଛି। କିନ୍ତୁ ଯୁବକମାନେ ନିଶା ପଛରେ ଧାଉଁଛନ୍ତି। ନିଶା ସେବନ ଯୋଗୁ ଘରୋଇ ହିଂସା, ଅପରାଧ, ବେକାରୀ ଓ ସ୍ବାସ୍ଥ୍ୟ ସମସ୍ୟା ବଢ଼ୁଥିବାରୁ ଏହି ନିଶା ମୁକ୍ତି ଅଭିଯାନକୁ ବୃହତ୍ତର ଆନ୍ଦୋଳନରେ ପରିଣତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଶ୍ରୀ ନାୟକ ଓ କଣାସ ବଡ଼ମଠର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫକୀର ହରିଚନ୍ଦନ ଫାଉଣ୍ଡେସନ୍‌ ଟ୍ରଷ୍ଟର ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ରମାରଂଜନ ବଳିୟାରସିଂହ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ.ଦିଲୀପ ଶ୍ରୀଚନ୍ଦନ, ଜଟଣୀର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ଧ୍ୟାବତୀ ପ୍ରଧାନ, ପ୍ରାଶାସନିକ ଅଧିକାରୀ ସହଦେବ ଜୟସିଂହ, କଣାସ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତ, ଉପାଧ୍ୟକ୍ଷ ଅଭିମନ୍ୟୁ ଜୟସିଂହ, କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି, ଲେଖକ ସତ୍ୟବାଦୀ ବଳିୟାରସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କଣାସ ବ୍ଲକ୍ ନାନକେରା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଜଣେ ସାହିତ୍ୟିକ, ଗାଳ୍ପିକ, ରାଜନୀତିଜ୍ଞ, ନାଟ୍ୟକାର, ସଂସ୍କାରକ ଓ ସମାଜସେବୀ ଭାବେ କଣାସ ଅଞ୍ଚଳ ପାଇଁ ଫକୀର ହରିଚନ୍ଦନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। 

ବ୍ଲକ୍ ସମ୍ମୁଖରେ ଥିବା ମହାପୁରୁଷଙ୍କ ସ୍ମୃତିପୀଠରେ ଫକୀର ହରିଚନ୍ଦନଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ହରିଚନ୍ଦନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନଙ୍କ ସମ୍ପାଦନାରେ ସଂକଳିତ ‘ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନାଲେଖ୍ୟ’ ଗ୍ରନ୍ଥ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସ୍ବର୍ଗତ ହରିଚନ୍ଦନଙ୍କ ପୁତ୍ର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଓ ଡ. ପ୍ରଦୀପ ହରିଚନ୍ଦନ ମଞ୍ଚରେ ଉପସ୍ଥିତ ଥିଲେ। ମଧୁମିତା ଓ ମିହିର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe