ଆଉ ପାଦେ ଆଗରେ ଫକୀରମୋହନ ବିଶ୍ବବିଦ୍ୟାଳୟ: ଖୋଲିବ ଜନଗଣନା ତଥ୍ୟ କେନ୍ଦ୍ର ଓ ବାୟୁମଣ୍ଡଳ ବିଜ୍ଞାନ କେନ୍ଦ୍ର

Advertisment
ଆଉ ପାଦେ ଆଗରେ ଫକୀରମୋହନ ବିଶ୍ବବିଦ୍ୟାଳୟ: ଖୋଲିବ ଜନଗଣନା ତଥ୍ୟ କେନ୍ଦ୍ର ଓ ବାୟୁମଣ୍ଡଳ ବିଜ୍ଞାନ କେନ୍ଦ୍ର

Wikiwand

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟ ସହିତ ସଫଳତାର ଆଉ ଏକ ଫର୍ଦ ଯୋଡ଼ିହୋଇଯାଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଖୁବ୍‌ଶୀଘ୍ର ଜନଗଣନା ତଥ୍ୟ କେନ୍ଦ୍ର ଏବଂ ବାୟୁମଣ୍ଡଳ ବିଜ୍ଞାନ କେନ୍ଦ୍ର ଖୋଲିବାକୁ ଯାଉଛି। ପ୍ରଥମ କେନ୍ଦ୍ର ପାଇଁ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଅନୁମୋଦନ ମିଳିଥିବା ବେଳେ ଦ୍ୱିତୀୟ କେନ୍ଦ୍ର ପାଇଁ ପ୍ରକ୍ରିୟା ଚାଲିଛି। ଏହି କେନ୍ଦ୍ର ଖୋଲିଲେ ଗବେଷଣା କ୍ଷେତ୍ରରେ ବେଶ୍‌ ସହାୟକ ହେବ। ଯେପରିକି ଗବେଷଣା ପାଇଁ ଛାତ୍ରଛାତ୍ରୀ ଅନ୍ୟ ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ ତଥ୍ୟ ଆଣିବା ପାଇଁ ଯାଉଥିଲେ। ଏହି ଦୁଇ କେନ୍ଦ୍ର ପ୍ରତିଷ୍ଠା ହେଲେ ଆଉ ଯିବାକୁ ପଡ଼ିବ ନାହିଁ। ମାଗଣାରେ ଏଠାରୁ ସମସ୍ତ ତଥ୍ୟ ଯିଏ ପାରିବେ ପାଇପାରିବେ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାରେ ତ୍ରିପାଠୀ କହିଛନ୍ତି।

ଭାରତୀୟ ଜନଗଣନା ତଥ୍ୟ କେନ୍ଦ୍ରର ଏକ ‌କେନ୍ଦ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଖୋଲିବ। ଯେଉଁଥିରେ ଜନଗଣନା ସଂଗଠନ ଗୁଡ଼ିକ ଜନଗଣନା ସମୟରେ ସଂଗୃହୀତ ତଥ୍ୟ ଏଠାରୁ ନେଇପାରିବେ। ଉଦାହରଣ, ଜନଜାତି ଉପରେ କେହି ତଥ୍ୟ ନେବାକୁ ଚାହିଁଲେ ସେମାନଙ୍କର ସମସ୍ତ ତଥ୍ୟ ଯେପରିକି ଭାରତୀୟ ଜନଜାତିଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ, ଆର୍ଥିକ, ପାରମ୍ପରିକ, ସାଂସ୍କୃତିକ ବ୍ୟବସ୍ଥା ଆଦି ସଂପର୍କରେ ତଥ୍ୟ ନେଇପାରିବେ। ଦେଶର ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଅନୁସନ୍ଧାନକାରୀ ଏଠାକୁ ପରିଦର୍ଶନ କରି ଜନଗଣନା ସଂପର୍କିତ ତଥ୍ୟ ନେଇପାରିବେ।

publive-image

ଅନ୍ୟପକ୍ଷରେ ଓଡ଼ିଶା ପ୍ରାକୃତିକି ଦୁର୍ବିପାକ ରାଜ୍ୟ ହୋଇଥିବା ବେଳେ ବାଲେଶ୍ବର ସବୁ ସମୟରେ ଏଥିରେ ପ୍ରଭାବିତ ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ବାୟୁମଣ୍ଡଳ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୁରୁତ୍ବ ଦିଆଯାଇଛି। ଏନେଇ ଭାରତ ପାଣିପାଗ ବିଭାଗ(ଆଇଏମ୍‌ଡି)ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏମ୍‌ଓୟୁ ହେବ ବୋଲି ଜଣାଯାଇଛି। ଏହି କେନ୍ଦ୍ର ଦ୍ବାରା ବାୟୁମଣ୍ଡଳ ସଂପର୍କିତ ସମସ୍ତ ଗବେଷଣା ହେବା ସହିତ ଆଗୁଆ ସୂଚନା ମିଳିପାରିବ। ଏହାସହିତ ପ୍ରାକୃତିକ ଦୁର୍ବିପାକର କ୍ଷୟକ୍ଷତି ସଂପର୍କରେ ଗବେଷଣା ହେବା ସହିତ ସୂଚନା ଦିଆଯିବ। ଅର୍ଥାତ୍‌ ପାଣିପାଗ ବିଷୟରେ ବିଶ୍ବବିଦ୍ୟାଳୟ ସୂଚନା କେନ୍ଦ୍ର ଭଳି କାମ କରିବା ସହିତ ଛାତ୍ରଛାତ୍ରୀ ଏ ବିଷୟରେ ପାଠ ପଢ଼ିବେ।

ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇନାହିଁ। ‌ଭୁବନେଶ୍ବର ଆଇଆଇଟିରେ ଏହି କେନ୍ଦ୍ର ରହିଥିବା ବେଳେ ଦ୍ବିତୀୟ କେନ୍ଦ୍ର ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଏହା ଖୋଲିବାକୁ ଯାଉଛି। ଗବେଷଣା ପାଇଁ ଏହି ଦୁଇ କେନ୍ଦ୍ର ବିଶେଷ ଭୂମିକା ଗ୍ରହଣ କରିବ ବୋଲି କୁଳପତି ପ୍ରଫେସର ତ୍ରିପାଠୀ କହିଛନ୍ତି। ଆସନ୍ତା ଡିସେମ୍ବର ମାସରେ ଜନଗଣନା କେନ୍ଦ୍ର ଖୋଲୁଥିବା ବେଳେ ଆସନ୍ତା ଶିକ୍ଷାବର୍ଷରେ ବାୟୁମଣ୍ଡଳ ବିଜ୍ଞାନ କେନ୍ଦ୍ର ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଥିବା ଜଣାଯାଇଛି। ବିଶ୍ବବିଦ୍ୟାଳୟରେ ଅଧିକ ଗବେଷଣା ନେଇ ଏହି ଦୁଇ କେନ୍ଦ୍ର ଖୋଲିବା ନେଇ ଗୁରୁତ୍ବ ଦିଆଯାଇଥିବା ପ୍ରଫେସର ତ୍ରିପାଠୀ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ମୁନଶେ ଚନ୍ଦ୍ର ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe