ଖୋଲିଲା ଫକୀରମୋହନ ମେଡିକାଲ କଲେଜ: ଆାରମ୍ଭ ହେଲା ପାଠପଢା

କରୋନା ପାଇଁ ୪ ପର୍ଯ୍ୟାୟରେ ହେଉଛି ପାଠପଢା, ସମସ୍ତ ଛାତ୍ରଛାତ୍ରୀଙ୍କ ହେଲା କୋଭିଡ୍‌ ପରୀକ୍ଷା

ଖୋଲିଲା ଫକୀରମୋହନ ମେଡିକାଲ କଲେଜ: ଆାରମ୍ଭ ହେଲା ପାଠପଢା

ବାଲେଶ୍ବର: ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜରେ ଆଜିଠୁ ଆରମ୍ଭ ହୋଇଛି ପାଠପଢା। କରୋନା ପାଇଁ ପାଖାପାଖି ୯ ମାସ କଲେଜ ବନ୍ଦ ରହିବା ସହ ପାଠପଢା ବନ୍ଦ ରହିଥିଲା। କଲେଜ ଖୋଲିବା ପରେ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପହଞ୍ଚିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ପାଠପଢା ପାଇଁ ପ୍ରଥମ ଓ ଦ୍ୱିତୀୟ ବର୍ଷର ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ପର୍ଯ୍ୟାୟ କରାଯାଇଥିଲା। ପ୍ରତି ପର୍ଯ୍ୟାୟରେ ୨୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ରହି ପାଠପଢିବାର ବ୍ୟବସ୍ଥା କଲେଜ ପକ୍ଷରୁ ହୋଇଥିଲା। ନେସନାଲ ମେଡିକାଲ କାଉନ୍‌ସିଲ(ଏନଏମସି)ର ଗାଇଡଲାଇନ୍‌ ଅନୁସାରେ କୋଭିଡ୍‌କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ଫେସ ସିଲଡ୍‌ ସହ ମାକ୍ସ ପରିଧାନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ପାଠପଢ଼ା ଆରମ୍ଭ କରିଥିଲେ।

ଛାତ୍ରଛାତ୍ରୀମାନେ ଘରେ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିବା ବେଳେ ଆଜି କଲେଜରେ କେବଳ ପ୍ରାକ୍ଟିକାଲ କ୍ଲାସ୍‌ କରିଥିଲେ। ଏହାଛଡ଼ା ହଷ୍ଟେଲରେ ଗୋଟିଏ ରୁମ୍‌ରେ ଜଣେ ଛାତ୍ର ରହୁଥିବାର ବ୍ୟବସ୍ଥା ହୋଇଥିବା ନେଇ ଡିନ୍‌ ପ୍ରଫେସର ଡ. ରାମଚନ୍ଦ୍ର ଗିରି ସୂଚନା ଦେଇଛନ୍ତି। ଏତେ ଦିନ ପରେ କ୍ଲାସ୍‌ କରି ଛାତ୍ରଛାତ୍ରୀମାନେ ବେଶ୍‌ ଖୁସି ଅନୁଭବ କରିଥିଲେ। ପ୍ରଥମ ବ୍ୟାଚ୍‌ର ଛାତ୍ର କୌଶଲ ମରିୟା ଏବଂ ବିଜୟ କୁମାର ନାୟକ କହିଛନ୍ତି, ଏତେ ମାସ ପରେ କଲେଜ ଖୋଲିଥିବାରୁ ବହୁତ ଖୁସି ଅଛୁ। ଅନ୍‌ଲାଇନରେ ଥିଓରି ପାଠପଢ଼ା ସରିଥିଲା, ଆଜି ପ୍ରାକ୍ଟିକାଲ କରିବା ପରେ ବହୁତ ଭଲ ଲାଗିଲା। ସେହିପରି ପାଠପଢ଼ାରେ ଆମେ ବହୁତ ପଛେଇ ଯାଇଛୁ, ବର୍ତ୍ତମାନ ସେଗୁଡ଼ିକୁ ମ୍ୟାନେଜ୍‌ କରିବା କଷ୍ଟକର ହୋଇପଡ଼ିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ତୃତୀୟ ବ୍ୟାଚ୍‌ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ସରିଥିବା ବେଳେ ରାଜ୍ୟସ୍ତରରେ ବାକି ଥିବା ୮୫ଟି ସିଟ୍‌ରେ ନାମଲେଖା ପ୍ରକିୟା ଆରମ୍ଭ ହୋଇଛି ବୋଲି ପ୍ରଫେସର ଶ୍ରୀ ଗିରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe