ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼: ରାଜଭବନକୁ ଗଲା‌ ତିନି ନାମ

ପ୍ରକାଶ ପାଇଲା ଏଫ୍‌ଏମୟୁ ଯୁକ୍ତ ତିନି ପରୀକ୍ଷା ଫଳ

.fmuniversity.nic.in

ଭୁବନେଶ୍ବର : ଫକୀରମୋହନ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆଉ ପାଦେ ‌ଆଗେଇଛି। ସଂକ୍ଷିପ୍ତ ତାଲିକାରେ ଥିବା ୧୧ ଜଣ ପ୍ରଫେସରଙ୍କ ସାକ୍ଷାତକାର ଆଜି ଶେଷ ହୋଇଛି। ରାଜ୍ୟ ଅତିଥି ଭବନରେ ଚୟନ କମିଟିର ସଦସ୍ୟଙ୍କ ଦ୍ବାରା ଦୁଇଟି ପର୍ଯ୍ୟାୟରେ ପ୍ରଫେସରମାନଙ୍କ ସାକ୍ଷାତକାର ନିଆଯାଇଥିଲା। ଚୟନ କମିଟିର ଅଧ୍ୟକ୍ଷ ତଥା ରାଜ୍ୟପାଳଙ୍କ ପ୍ରତିନିଧି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା, ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଉପସ୍ଥିତ ଥିଲେ। ୟୁଜିସି ପ୍ରତିନିଧି ଜେ ଏସ୍‌ ରାଜପୁତ ଭର୍ଚୁଆଲ ମାଧ୍ୟମରେ ସାକ୍ଷାତକାରରେ ଯୋଡ଼ି ହୋଇଥିଲେ। ପୂର୍ବାହ୍ନ‌ରେ ୬ ଜଣ ଓ ଅପରାହ୍ନରେ ୫ ଜଣ ପ୍ରଫେସରଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରଫେସରଙ୍କ ନାଁ କୁଳପତି ପଦ ପାଇଁ ଚୂଡ଼ାନ୍ତ କରାଯିବା ସହ ବନ୍ଦ ଲଫାପା ରାଜଭବନକୁ ପଠାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ରାଜଭବନକୁ ନାଁ ପଠାଯାଇଥିବାରୁ ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ। କେଉଁମାନେ ତାଲିକାରେ ରହିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ଉପସ୍ଥିତ ଅନୁଧ୍ୟାନ କରାଯିବା ପରେ ରାଜ୍ୟପାଳ ସାକ୍ଷାତକାର ପାଇଁ ଡାକିବେ। ଅନ୍ୟପକ୍ଷରେ ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ଥିବା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର ବାସାଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ବୃଦ୍ଧି କରାଯାଇଥିବା ରାଜଭବନ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe