ଶ୍ୟାମ ବାବାଙ୍କ ଫାଲ୍‌ଗୁନ ମେଳା

Advertisment
ଶ୍ୟାମ ବାବାଙ୍କ ଫାଲ୍‌ଗୁନ ମେଳା

ଭଟଲି: ଭଟଲି ବ୍ଲକ୍ କୁସନପୁରୀ ସ୍ଥିତ ଶ୍ୟାମ ବିହାରୀଙ୍କ ଫାଲଗୁନ ମେଳା ଅନୁଷ୍ଠିତ ହୋଇଯାଇଛି। ଭୋର୍‌ରୁ ବରଗଡ଼ରୁ ଭଟଲି ଅଭିମୁଖେ ଶ୍ରଦ୍ଧାଳୁଙ୍କ ଏକ ନିଶାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଅମ୍ବାଭୋନା ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଶ୍ରଦ୍ଧାଳୁମାନେ ପଦଯାତ୍ରାରେ ଆସି ବାବାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ରଥଯାତ୍ରା ତଥା ଫାଲଗୁନ ମେଳାରେ ଦୁଇଟି ଭିନ୍ନ ଭିନ୍ନ ସୁସଜ୍ଜିତ ରଥଟଣା ଯାଇଥିଲା। ଗୋଟିଏରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ପୂଜା ପାଉଥିବା ବେଳେ ଅନ୍ୟଟିରେ ୭ ଜଣ ବ୍ରାହ୍ମଣ ଶିଶୁଙ୍କୁ ପଞ୍ଚୁ ପାଣ୍ଡବ, କୃଷ୍ଣ ତଥା ଶ୍ୟାମ ବିହାରୀ ବେଶ କରି ବିରାଜମାନ କରାଯାଇଥିଲା।

ଭକ୍ତମାନେ ଫଗୁ ଖେଳ କରିଥିଲେ। ସନ୍ଧ୍ୟାରେ ଭଜନ, କୀର୍ତ୍ତନ ସହ ଶ୍ରୀ ଶ୍ୟାମ ବିହାରୀ ଜୀଙ୍କ ଶୃଙ୍ଗାର ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ଟାରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରୟାଗରାଜରୁ ଜୁଲି ସିଂ, କାନପୁରରୁ ଶେଫାଳୀ ଦ୍ୱିବେଦୀ, ଇନ୍ଦୋରରୁ ସୌରଭ ଶର୍ମା ଏବଂ କୋଲକାତାରୁ ସଙ୍ଗୀତ ଲହରୀ ଶଶିକାନ୍ତ ଗ୍ରୁପ୍ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶନିବାର ଶ୍ରୀ ଶ୍ୟାମ ବିହାରୀଙ୍କୁ ସ୍ବତନ୍ତ୍ର ସବାମଣି ପ୍ରସାଦ ଲାଗି କରାଯିବ। ସକାଳ ୮ଟାରେ ବାବାଙ୍କ ଅଖଣ୍ଡ ଜ୍ୟୋତି ସହିତ ଲକ୍ଷ୍ନୌରୁ ଆସିଥିବା ଗୁଡ଼ିଆ ବିଭା ମିଶ୍ରା ଓ ରାଜନନ୍ଦଗାଁଓରୁ ଆସିଥିବା ନିଖିଲ ଶ୍ୟାମଙ୍କ ଦ୍ଵାରା ଶ୍ୟାମ ସଙ୍କୀର୍ତ୍ତନ ଆୟୋଜନ ହେବ। ମେଳା ଅବସରରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ, ଦମକଳ ବାହିନୀ, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ, ପାର୍କିଂ ବ୍ୟବସ୍ଥା ଆଦିକୁ ଗୁରୁତ୍ଵ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe