ଥିଙ୍କ୍‌-୨୦ ସମ୍ମିଳନୀ ପାଇଁ ବାଲେଶ୍ବରର ଫାଲଗୁନୀ ସୁନ୍ଦରମ୍‌ ମନୋନୀତ

Advertisment
ଥିଙ୍କ୍‌-୨୦ ସମ୍ମିଳନୀ ପାଇଁ ବାଲେଶ୍ବରର ଫାଲଗୁନୀ ସୁନ୍ଦରମ୍‌ ମନୋନୀତ

ବାଲେଶ୍ବର: ଜି-୨୦ର ଏନ୍‌ଗେଜ୍‌ମେଣ୍ଟ ଗ୍ରୁପ୍‌ ଥିଙ୍କ-୨୦ ସମ୍ମିଳନୀ ପାଇଁ ବାଲେଶ୍ବରର ଫାଲଗୁନୀ ସୁନ୍ଦରମ୍‌ ବିଶ୍ବାଳ (୨୫) ମନୋନୀତ ହୋଇଛନ୍ତି। ଓଡ଼ିଶାରୁ ଜଣେ ମାତ୍ର ସଦସ୍ୟ ଭାବେ ମ‌ନୋନୀତ ହୋଇଥିବା ଫାଲଗୁନୀ ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ବାର୍ଲିଠାରେ ଅନୁଷ୍ଠିତ ଥିଙ୍କ-୨୦ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ସମ୍ମିଳନୀ‌ରେ ଯୋଗ ଦେଉଥିବା ପ୍ରତିନିଧିଙ୍କ ମଧ୍ୟରୁ ଫାଲଗୁନୀ ସବୁଠୁ କମ୍‌ ବୟସ ସଦସ୍ୟ ବୋଲି ଜଣାପଡ଼ିଛି।

ସୋର ବ୍ଲକ୍‌ ତଳନଗର ଗ୍ରାମରେ ଫାଲଗୁନୀଙ୍କ ଘର। ବାପା ପ୍ରହ୍ଲାଦ କୁମାର ବିଶ୍ବାଳ ଓ ମା’ ସତ୍ୟଭାମା ରାଉତଙ୍କ ସାନପୁଅ ହେଉଛନ୍ତି ଫାଲଗୁନୀ। ବାପା କୋଲକାତା ପଞ୍ଜାବ ନ୍ୟାସ‌୍‌ନାଲ୍‌ ବ୍ୟାଙ୍କ ଫାଇନାନ୍ସ ବିଭାଗର ଏଜିଏମ୍‌ ଭାବେ ଅବସର ନେଇଥିବା ବେଳେ ମା’ ସୋର ସୁନାରୀ ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ଭାବେ ଅବସର ନେଇଛନ୍ତି। ଫାଲଗୁନୀ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରରୁ ସ୍ନାତକ ଏବଂ ଏସ୍‌ଓଏସ୍‌ ଲଣ୍ଡନ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ପର୍କ ଏବଂ କୂଟନୀତିରେ ସ୍ନାତକୋତ୍ତର କରିଛନ୍ତି। ‌ସେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ମଧ୍ୟ ଜଡ଼ିତ ଥିଲେ। ଫାଲଗୁନୀ ସମ୍ମିଳନୀରେ ବିଭିନ୍ନ ଦେଶରୁ ଆସିଥିବା ସଫଳ ପଲିସି ମେକର, ଥିଙ୍କର୍‌, ଡିସିସନ୍‌ ମେକରଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜର ଅଭିଜ୍ଞତା ବାଣ୍ଟିବେ। ଭବିଷ୍ୟତରେ ଜଣେ ସଫଳ ପଲିସି ମେକର ହେବାକୁ ଲକ୍ଷ୍ୟ ରଖିଥିବା ଫାଲଗୁନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe