ବାଇକ୍‌ରୁ ପଡ଼ି ଅଫିସରଙ୍କ ମୃତ୍ୟୁ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ବାଇକ୍‌ରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ପଣ୍ତାପଡ଼ା ଥାନା ବାଧୁଣିଧଡ଼ା ଗ୍ରାମର ଅଫିସର ମୁଣ୍ତା (୨୩)। ଆହତ ଜଣଙ୍କ ହେଲେ ପାଟୁଣିଗୁଡ଼ା ଗ୍ରାମର ସୁନାରାମ ମୁଣ୍ତାଙ୍କ ପୁଅ ରଞ୍ଜିତ ମୁଣ୍ତା (୩୦)।

ଆଜି ଉଭୟ ଏକ ଅନାଥ ଶିଶୁକୁ କେନ୍ଦୁଝର କନକମଞ୍ଜରୀ ଶିଶୁଭବନରେ ଛାଡ଼ି ଘରକୁ ଫେରୁଥିଲେ। ସନ୍ଧ୍ୟା ସାଢ଼େ ୬ଟାବେଳେ ରାମଚନ୍ଦ୍ରପୁର ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ପଛରେ ବସିଥିବା ରଞ୍ଜିତ ଆହତ ହୋଇଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe