କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା: ପୋଷା କୁକୁରର ସଂକେତକୁ ଜାଣିପାରିଲେନି

କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା: ପୋଷା କୁକୁରର ସଂକେତକୁ ଜାଣିପାରିଲେନି

Pumpkin Pet Insurance

ସୋନପୁର: ବୀରମହାରାଜପୁର ସହରରେ ମଙ୍ଗଳବାର କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣାରେ ସାରା ସହର ସ୍ତବ୍ଧ ହୋଇ ଯାଇଥିଲା। ବୁଧବାର ୨ କୁନି ଝିଅଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଘରକୁ ନ ଆଣି ସିଧା ହରିହରଯୋର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ତେବେ ମଙ୍ଗଳବାର ସନ୍ଧ୍ୟାରେ ଯେଉଁ ସମୟରେ ଦୁଇଶିଶୁ ଘର ପଛପଟ କୂଅରେ ଖସିପଡ଼ିଥିଲେ, ଠିକ୍ ସେହି ସମୟରେ ଘରର ପୋଷାକୁକୁର କୂଅ ଆଡ଼କୁ ଚାହିଁ ଅନବରତ ଭୁକି ଭୁକି ଅଘଟଣ ସମ୍ପର୍କରେ ଘର ଲୋକଙ୍କୁ ସଚେତନ କରାଇଥିଲା।

ତେବେ କୁକୁର ହଠାତ୍ ବାରମ୍ବାର ଏତେ ଜୋରରେ କାହିଁକି ଭୁକୁଛି, ସେ କଥା ଉପରେ ଗୁରୁତ୍ବ ନ ଦେଇ, ଏହାକୁ ଅଣଦେଖା କରିଥିଲେ ପରିବାର ଲୋକେ। ତଥାପି କୁକୁର ଭୁକିବା ବନ୍ଦ ନ କରିବାରୁ ତାକୁ ଭୋକ ହେଉଛି ଭାବି ଖାଇବାକୁ ଦେଇଥିଲେ। ହେଲେ କୁକୁରଟି ଖାଇବା ପରେ ମଧ୍ୟ ଭୁକିବା ବନ୍ଦ କରି ନ ଥିଲା। ତେବେ ପରିବାର ଲୋକେ ପୋଷା କୁକୁରର ସଂକେତକୁ ବୁଝିପାରି ନ ଥିଲେ। ବୁଧବାର ଘରର ମହିଳାମାନେ କାନ୍ଦି କାନ୍ଦି ବାରମ୍ବାର ସଂଜ୍ଞାହୀନ ହେବାରୁ ଅନ୍ୟ ସଦସ୍ୟମାନେ କୁହାକୁହି ହେଉଥିଲେ, ‘ଯଦି କୁକୁର ଭୁକିବାକୁ ଗୁରୁତ୍ବ ଦେଇଥାନ୍ତେ, ତେବେ ହୁଏତ ଆଜି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ଅକାଳରେ ଯାଇ ନ ଥାନ୍ତା’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe