Patra Tours and Travels
ଭୁବନେଶ୍ବର,: ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଗତ ୨୪ ଘଣ୍ଟାରେ ରାତି ତାପମାତ୍ରା ବି ଧୀରେଧୀରେ ଖସିବା ଆରମ୍ଭ କରିଛି। ସମତଳ ଅଞ୍ଚଳଗୁଡ଼ିକ ମଧ୍ୟରେ ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରି ରେକର୍ଡ ହୋଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାରିଙ୍ଗବାଡ଼ିରେ ୧୨ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଓଡ଼ିଶାର ପାଖାପାଖି ୧୧ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରିରୁ କମ୍ ରେକର୍ଡ ହୋଇଛି। ଏବେ କୌଣସି ସିଷ୍ଟମର ପ୍ରଭାବ ନଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିବ। ଦିନ କିମ୍ବା ରାତି ତାପମାତ୍ରାରେ ବିଶେଷ ଭାବେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବିଶେଷ କରି ୧୭ରୁ ୧୯ ଡିଗ୍ରି ମଧ୍ୟରେ ରହିବ। ଏଥିସହ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୧୯ରୁ ୨୧ ଡିଗ୍ରି ମଧ୍ୟରେ ରହିବ। ତେବେ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
  
 Follow Us