ମିଥ୍ୟା ବିଲ୍‌ କରି ଜିଆର୍‌ଏସ୍‌, ଜେଇ, ଇଓ ଖାଇଗଲେ ଟଙ୍କା

Advertisment

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସର୍ଗିପାଲିବାସୀ

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସର୍ଗିପାଲିବାସୀ

ମିଥ୍ୟା ବିଲ୍‌ କରି ଜିଆର୍‌ଏସ୍‌, ଜେଇ, ଇଓ ଖାଇଗଲେ ଟଙ୍କା

The Hindu

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତର ସର୍ଗିପାଲି ଗ୍ରାମଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା ନହୋଇ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍‌ ହୋଇଥିବା ନେଇ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଶୁକ୍ରବାର ସର୍ଗିପାଲିର ଗ୍ରାମବାସୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ଲିଖିତ ଭାବରେ ଏହା ଜଣାଇଛନ୍ତି।

ଅଭିଯୋଗ ଅନୁସାରେ ରାସ୍ତା କାମ ହୋଇଥିବ‌ା ବିଷୟରେ ଗ୍ରାମବାସୀ ଜାଣି ନାହାନ୍ତି। ବଡ଼ଛପାପାଲି ଗ୍ରାମର କିଛି ଶ୍ରମିକଙ୍କ ନାମରେ ମିଥ୍ୟା ମଷ୍ଟର ରୋଲ ତିଆରି କରି ପଞ୍ଚାୟତର ଜିଆରଏସ, କନିଷ୍ଠ ଯନ୍ତ୍ରୀ ଓ ପିଇଓ ମିଳିମିଶି ମିଥ୍ୟା ବିଲ୍‌ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ପିଡି ଡିଆର୍‌ଡିଏ ଅଶ୍ବିନୀ ମେହେରଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe