ପାୱାର ଟିଲର ନାଁରେ ଲକ୍ଷ ଲକ୍ଷ ଟଙ୍କାର ମିଛ ଋଣ

ପାୱାର ଟିଲର ନାଁରେ ଲକ୍ଷ ଲକ୍ଷ ଟଙ୍କାର ମିଛ ଋଣ

Odisha Bytes

ସମ୍ବଲପୁର: ବୁର୍ଲା ଥାନା କଟାପାଲି ସ୍ଥିତ ବ୍ୟାଙ୍କ ଅଫ୍‌ ବରୋଦାରୁ ପାଵାର୍‌ ଟିଲର୍‌ ନାଁରେ ଠକି ୨ ଜଣ ଋଣ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ୟାଙ୍କର ଶାଖା ପରିଚାଳକ ଭବାନୀ ସାମଲ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଚିପିଲିମାର ଜଣେ ବ୍ୟକ୍ତି ପାଵାର୍‌ ଟିଲର୍‌ ନାଁରେ ବ୍ୟାଙ୍କରୁ ୨୦୨୧ ଫେବ୍ରୁଆରି ୨ ତାରିଖରେ ୧ ଲକ୍ଷ ୬୦ ହଜାର ଟଙ୍କାର ଋଣ ନେଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଶାଖା ପରିଚାଳକ ଯାଞ୍ଚ କରିବାକୁ ଯାଇଥିବା ବେଳେ କୌଣସି ପାଵାର ଟିଲର୍‌ ଦେଖାଇ ପାରି ନଥିଲେ। ସେ ଋଣ ସମୟରେ ଦେଖାଇଥିବା ଦୋକାନୀ ମଧ୍ୟ କୌଣସି ପାଵାର ଟିଲର୍‌ ବିକ୍ରି କରିଥିବାର କାଗଜପତ୍ର ଦେଖାଇ ପାରି ନଥିଲେ। ଚିପିଲିମାର ଆଉ ଜଣେ ବ୍ୟକ୍ତି ୨୦୨୧ ଫେବ୍ରୁଆରି ୨୬ ତାରିଖରେ ସମାନ ଶୈଳୀରେ ପାଵାର୍‌ ଟିଲର୍‌ ନାଁରେ ୧ ଲକ୍ଷ ୭୬ ହଜାର ଟଙ୍କା ବ୍ୟାଙ୍କରୁ ଋଣ ନେଇଥିଲେ। କିନ୍ତୁ ଯାଞ୍ଚ ବେଳେ ସେ ମଧ୍ୟ ପାଵାର୍‌ଟେଲର୍‌ ଦେଖାଇ ପାରି ନଥିଲେ। ଏହାପରେ ବ୍ୟାଙ୍କକୁ ଠକି ଋଣ ନେଇଥିବା ନେଇ ୨ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe