ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ନୂଆପଡ଼ାର କୃଷକ ନବୀନ ଠାକୁର 

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ନୂଆପଡ଼ାର କୃଷକ ନବୀନ ଠାକୁର 

ନୂଆପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଜେଞ୍ଜରା ଗ୍ରାମର ଚାଷୀ ନବୀନ ଠାକୁର କଥା ହୋଇଛନ୍ତି। କୃଷକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାର କୃଷକ ନବୀନ ଠାକୁରଙ୍କ କଥା ହୋଇଥିଲେ। କଥା ପ୍ରସଙ୍ଗରେ ତାଙ୍କୁ କିଷାନ କ୍ରେଡିଟ୍ କାର୍ଡ ମିଳିଛି କି ନାହିଁ, ସେ କିପରି ଏହାର ଉପଯୋଗ କରୁଛନ୍ତି, କେତେ ଜମିରେ ଚାଷ କରୁଛନ୍ତି ଆଦି ପ୍ରଶ୍ନ ପଚାରି ଥିଲେ।

publive-image

ନବୀନଙ୍କଠାରୁ  ଏସବୁର ଉତ୍ତର ପାଇବା ପରେ କୃଷକମାନଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ବିଷୟରେ କହିବା ସହ ଏହାଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଉପକାର କଥା ସାଥି କୃଷକମାନଙ୍କୁ କହିବାକୁ ମୋଦୀ ତାଙ୍କୁ ଅନୁରୋଧ କରିଥିଲେ । ଏହି ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା ସମୟରେ ନୂଆପଡ଼ା  ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ନୂଆପଡ଼ା ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ବି ଉପସ୍ଥିତ ଥିଲେ।

publive-image

ସୂଚନାଯୋଗ୍ୟ, କେନ୍ଦ୍ର ସରକାର କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ପଠାଇଛନ୍ତି।  ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ ଚଳାଇଥିବା ତୀବ୍ର ପ୍ରତିବାଦ ମଧ୍ୟରେ କୃଷକମାନଙ୍କ ଜମା ଖାତାକୁ ପ୍ରତ୍ୟକ୍ଷ ଭାବେ ଏହି ନଗଦ ଅର୍ଥ ପ୍ରେରଣ କରାଯାଇଛି।ଏହି ଯୋଜନାର ପ୍ରଥମ କିସ୍ତି ୨୦୧୯ରେ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe