ଗାଁକୁ ନାହିଁ ରାସ୍ତା: ନବଜାତ ସହ ମା’ଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସକୁ ଆଣିଲେ ପରିବାର ଲୋକେ

Advertisment

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ବିକାଶର ଦୟନୀୟ ଚିତ୍ର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ବିକାଶର ଦୟନୀୟ ଚିତ୍ର

ଗାଁକୁ ନାହିଁ ରାସ୍ତା: ନବଜାତ ସହ ମା’ଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସକୁ ଆଣିଲେ ପରିବାର ଲୋକେ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାନ୍ତୁଲ ପଂଚାୟତ ଏକୁଲ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ  ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ଅପହଞ୍ଚ ଇଲାକାର ଆଉ ଏକ ଦୟନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ପ୍ରସବ ବେଦନା ଭୋଗୁଥିବା ଜଣେ ମା'କୁ ନେବା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଫଳରେ ସେ ଘରେ ଏକ  ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରେ ପରିବାର ଲୋକେ ନବଜାତ ଶିଶୁକନ୍ୟା ସହ ମା’ଙ୍କୁ ଗାଁ ଠାରୁ ଏକ କିମି ଷ୍ଟ୍ରେଚରରେ  ବୋହିକି ଆଣିବା ପରେ ଆମ୍ବୁଲାନ୍ସରେ ନେଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

publive-image

ସୂଚନା ଅନୁସାରେ ଆଜି ସକାଳ ୮ଟାରେ ଏକୁଲା ଗାଁର ନିରଞ୍ଜନ ଦେହୁରୀଙ୍କ ସ୍ତ୍ରୀ ଉପାସି ଦେହୁରୀଙ୍କର ପ୍ରସବ ବେଦନା ଆରମ୍ଭ ହେବାପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ  ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲା ନାହିଁ। ଆମ୍ବୁଲାନ୍ସ ଆସିଲା ବେଳକୁ ତାଙ୍କର ଶିଶୁ କନ୍ୟାଟିଏ ଜନ୍ମ ହୋଇ ସାରିଥିଲା। ପରେ ଘର ଲୋକମାନେ ମା’ ଆଉ ନବଜାତ ଶିଶୁକୁ ଧରି ଆଶା ଦିଦିଙ୍କ ସହିତ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲକୁ ନେବାକୁ ବାହାରିଥିଲେ ।

ଗାଁ ଠାରୁ ଏକ କିମି ଦୂର ଉଭୟ ମା’ ଛୁଆକୁ ଷ୍ଟ୍ରେଚରରେ ବୋହିକି ଆଣିବା ପରେ ଗାଁ ମୁଣ୍ଡରେ ପଡିଥିବା ପିଛୁଳି ନାଳରେ ପହଂଚିଥିଲେ। ସେଠାରୁ ପୁଣି ବୋହିକି ଆଣିଲା ପରେ ଆମ୍ବୁଲାନ୍ସ ମାଧ୍ୟମରେ ମେଡ଼ିକାଲକୁ ଆଣିଥିଲେ ।  ଏବେ କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe