କୋରାପୁଟ ବଡ଼ ଡାକ୍ତରଖାନା ଅଘଟଣରେ ଉଜୁଡ଼ିଗଲା ପରିବାର: ଡାକ୍ତରଖାନାରେ ପୁଅ, ସ୍ବାମୀର ମଲା ମୁହଁ ଦେଖିପାରିଲାନି ସ୍ତ୍ରୀ

Advertisment

ସ୍ବାମୀ ଓ ପୁଅ ଦୁହେଁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କୋରାପୁଟ ବଡ଼ ଡାକ୍ତରଖାନାରେ। ଛୁରାମାଡ଼ କାରଣରୁ ଅବସ୍ଥା ସଙ୍ଗିନ୍‌ ଥିବାରୁ ଆଇସିୟୁରେ ଚାଲିଥିଲା ଚିକିତ୍ସା। ଇଞ୍ଜେକସନ୍‌ ନେବା ପରେ ସ୍ବାମୀ ଆରପାରିକୁ ଚାଲିଗଲେ।

ସ୍ବାମୀ ଓ ପୁଅ ଦୁହେଁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କୋରାପୁଟ ବଡ଼ ଡାକ୍ତରଖାନାରେ। ଛୁରାମାଡ଼ କାରଣରୁ ଅବସ୍ଥା ସଙ୍ଗିନ୍‌ ଥିବାରୁ ଆଇସିୟୁରେ ଚାଲିଥିଲା ଚିକିତ୍ସା। ଇଞ୍ଜେକସନ୍‌ ନେବା ପରେ ସ୍ବାମୀ ଆରପାରିକୁ ଚାଲିଗଲେ।

dsdsxcxcxc

ଜୟପୁର: ସ୍ବାମୀ ଓ ପୁଅ ଦୁହେଁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ କୋରାପୁଟ ବଡ଼ ଡାକ୍ତରଖାନାରେ। ଛୁରାମାଡ଼ କାରଣରୁ ଅବସ୍ଥା ସଙ୍ଗିନ୍‌ ଥିବାରୁ ଆଇସିୟୁରେ ଚାଲିଥିଲା ଚିକିତ୍ସା। ଇଞ୍ଜେକସନ୍‌ ନେବା ପରେ ସ୍ବାମୀ ଆରପାରିକୁ ଚାଲିଗଲେ। ମେଡିକାଲରେ ଉଭୟଙ୍କ ସେବା କରୁଥିବା ପଦ୍ମା ମାଝୀ ସ୍ବାମୀ ଶୁକ୍ରା ମାଝୀଙ୍କ ମୃତ୍ୟୁ ଖବର ଶୁଣି ହତବାକ୍ ହୋଇ ପଡ଼ିଲେ। ଏପଟେ ୪ବର୍ଷ ପୁଅର ଚିକିତ୍ସା ଆଇସିୟୁରେ ଚାଲିଥିବାରୁ ଛାଡ଼ି ଯାଇପାରିନଥିଲେ। ପରିସ୍ଥିତି ଏମିତି ହେଲା ଯେ, ସ୍ବାମୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ତ ଦୂରର କଥା ‌ଶେଷ ଥର ପାଇଁ ମରଶରୀର ବି ଦେଖି ପାରିଲେନି ପଦ୍ମା। ଶବ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଶୁକ୍ରାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରିଛନ୍ତି। 

ଗାଁ ଲୋକ କଲେ ଶବ ସତ୍କାର
ପଦ୍ମାଙ୍କ ମୁଣ୍ଡ ଉପରେ ଦୁଃଖର ପାହାଡ଼

କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଗୋଟିଏ ରାତିରେ ୬ ରୋଗୀଙ୍କ ମୃତ୍ୟୁ ଘଟଣା ପରେ ଏପରି ଦୁଃଖଦ ସ୍ଥିତି ଦେଖିବାକୁ ମିଳିଛି ସେମିଳିଗୁଡ଼ା ବ୍ଲକ୍ ଜଗମପୁର ଗ୍ରାମର ପଦ୍ମା ମାଝୀଙ୍କ କ୍ଷେତ୍ରରେ। ନବରଙ୍ଗପୁର ନିବାସୀ ପଦ୍ମା ଶୁକ୍ରାଙ୍କୁ ବିବାହ କରିବା ପରେ ଜୀବିକା ନିର୍ବାହ ପାଇଁ ସେମିଳିଗୁଡ଼ାର ଜଗମପୁରରେ ରହୁଥିଲେ। ଶୁକ୍ରା-ପଦ୍ମା ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଉଭୟଙ୍କ ୪ ବର୍ଷର ଏକ ପୁଅ ରହିଛି। ଯାହାର ନାଁ ବିକ୍ରମ। ଜୁନ୍‌ ୨ ତାରିଖ ମଧ୍ୟାହ୍ନରେ ଶୁକ୍ରା ମଦ୍ୟପାନ କରି ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ଉତ୍ତ୍ୟକ୍ତ ହେବା ପରେ ନିଜ ପେଟରେ ଛୁରି ଭୁସି ଦେଇଥିଲେ। ଏହା ପରେ ପୁଅ ବିକ୍ରମକୁ ମଧ୍ୟ ଛୁରାମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ କୋରାପୁଟ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୩ ତାରିଖରେ ଶୁକ୍ରା ଓ ବିକ୍ରମ ସର୍ଜରୀ ବିଭାଗ ଆଇସିୟୁର ଦୁଇଟି ବେଡ୍‌ରେ ରହି ଚିକିତ୍ସିତ ହେଉଥିଲେ। ରାତି ୯ଟା ପର୍ଯ୍ୟନ୍ତ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିଲା। ଶୁକ୍ରା ଓ ବିକ୍ରମ କଥାବାର୍ତ୍ତା କରୁଥିଲେ। ରାତି ୧୦ଟାରେ ଆଇସିୟୁ କର୍ତ୍ତୃପକ୍ଷ ଇଞ୍ଜେକସନ୍ ଦେବା ପରେ ଶୁକ୍ରାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା। କିଛି ସମୟ ହାତ ‌ଗୋଡ଼ ଛାଟିବା ପରେ ଶୁକ୍ରାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ପାଖ ବେଡ୍‌ରେ ଚିକିତ୍ସିତ ‌ହେଉଥିବା ପୁଅ ବିକ୍ରମ ବାପାଙ୍କ ମୃତ୍ୟୁ ସମ୍ପର୍କରେ ଏଯାଏଁ ଜାଣି ପାରିନି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ପତ୍ନୀ ପଦ୍ମା ହତବାକ୍ ହୋଇ ପଡ଼ିଥିଲେ। ଆଖପାଖରେ ଆଉ କେହି ସମ୍ପର୍କୀୟ ନଥିବାରୁ ସ୍ତବ୍ଧ ହୋଇ ପୁଅ ପାଖରେ ବସି ରହିଥିଲେ। ସ୍ବାମୀଙ୍କୁ ହରାଇବା ପରେ ବାପା ଛେଉଣ୍ଡ ବିକ୍ରମର ସୁସ୍ଥତା ସହିତ କେମିତି ତାକୁ ମଣିଷ କରିବେ ତାକୁ ନେଇ ଗୁମୁରି କାନ୍ଦୁଥିଲେ ପଦ୍ମା। ଗରିବ ଶ୍ରେଣୀର ପଦ୍ମାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ନିଜସ୍ବ ଘର ନା ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଅଛି ରାସନକାର୍ଡ ଓ ଜମି। ସ୍ବାମୀଙ୍କ ମୃତ୍ୟୁ ପରେ ପଦ୍ମାଙ୍କ ପରିବାର ଉଜୁଡ଼ି ଯାଇଥିବା ବେଳେ ଏଥି ପାଇଁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ନେତା ଭଗବାନ ବାହିନୀପତି। ପଦ୍ମାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe