family ends after drinking poison Photograph: (sambad.in)
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବିଷ ପିଇ ଗୋଟିଏ ପରିବାରର ବାପା, ଝିଅ, ପୁଅଙ୍କର ମୃତ୍ୟୁ ଘଟିଛି। ଅଭିଯୋଗ ଅନୁସାରେ ପାରଳାଖେମୁଣ୍ଡି ପାରଳା ସାହିର ଶୁଭାଶିଷ ପାଣିଗ୍ରାହୀ ଗତକାଲି ନିଜ ପୁଅ ଝିଅଙ୍କୁ ବିଷ ପିଆଇବା ସହିତ ନିଜେ ବିଷ ପିଇ ଦେଇଥିଲେ।
ଶୁଭାଶିଷ ଗତକାଲି ମଧ୍ୟାହ୍ନରେ ନିଜ ପୁଅ, ଝିଅଙ୍କୁ କୋଲ୍ଡଡ୍ରିଙ୍କସ୍ରେ ବିଷ ମିଶାଇ ପିଇବାକୁ ଦେଇ ନିଜେ ମଧ୍ୟ ପିଇଥିଲେ । ସମସ୍ତେ ଅସୁସ୍ଥ ହେବା ପରେ ସମ୍ପର୍କୀୟ ତିନି ଜଣଙ୍କୁ ଚିକିତ୍ସା ଲାଗି ତୁରନ୍ତ ପାରଳାଖେମୁଣ୍ଡି ଡାକ୍ତରଖାନା ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ପୁଅ ବିଜୟାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ପରେ ସୁଭାଶିଷ ଏବଂ ପ୍ରିୟଦର୍ଶିନୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ପୁରୁଷ ବନ୍ଧୁ ଠେଲି ଦେଲେ ନା, ଯୁବତୀ ନିଜେ ଡେଇଁ ପଡ଼ିଲେ: ସନ୍ଦେହ ଘେରରେ ମୃତ୍ୟୁ
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ଝିଅ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ଶୁଭାଶିଷଙ୍କର ମୃତ୍ୟୁ ହୋଇଛି। ପୁଅର ବୟସ ୮ ବର୍ଷ ହୋଇଥିବା ବେଳେ ଝିଅର ବୟସ ମାତ୍ର ୧୧ ବର୍ଷ। ପ୍ରାୟ ଦୁଇ ମାସ ତଳେ ଶୁଭାଶିଷଙ୍କ ପତ୍ନୀ ଶ୍ଵେତା ମଞ୍ଜୀରଙ୍କର ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ବିଷ କ୍ରିୟାରୁ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା।
ଅଧିକ ପଢ଼ନ୍ତୁ: ଗୁରୁବାର ମାନ୍ଦା ହେଲା ସେୟାର୍ ବଜାର; ନିରାଶ ହେଲେ ନିବେଶକ
Gajapati | suicide
Follow Us