ପାରିବାରିକ କଳହର କରୁଣ ପରିଣତି: ବାପା ଓ ଶିଶୁପୁତ୍ରର ଝୁଲନ୍ତା ଶବ ଉଦ୍ଧାର

Advertisment

ପିପିଲି ଥାନା ପୋଟଳ ଗାଁରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ବାପା ଓ ତାଙ୍କ ୨ବର୍ଷର ଶିଶୁପୁତ୍ରର ଶବ ଉଦ୍ଧାର କରିଛି। ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି।

ପିପିଲି ଥାନା ପୋଟଳ ଗାଁରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ବାପା ଓ ତାଙ୍କ ୨ବର୍ଷର ଶିଶୁପୁତ୍ରର ଶବ ଉଦ୍ଧାର କରିଛି। ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି।

New Prw(25)

ପିପିଲି: ପିପିଲି ଥାନା ପୋଟଳ ଗାଁରେ ଆଜି ରାତି ପ୍ରାୟ ୮ଟା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ବାପା ଓ ତାଙ୍କ ୨ବର୍ଷର ଶିଶୁପୁତ୍ରର ଶବ ଉଦ୍ଧାର କରିଛି। ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ମୃତକ ହେଉଛନ୍ତି ଉକ୍ତ ଗାଁର ଦୀପକ କୁମାର ପାଣି(୩୦) ଓ ତାଙ୍କର ୨ବର୍ଷର ଶିଶୁପୁତ୍ର। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସ ସୂଚନା ଅନୁସାରେ ଉକ୍ତ ଗାଁର ଦାଶରଥୀ ପାଣିଙ୍କର ପୁଅ ଦୀପକ ୫ବର୍ଷ ତଳେ ପ୍ରେମ ବିବାହ କରିଥିଲେ। 

ପତ୍ନୀ ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ଘର ସହ ସମ୍ପର୍କ ତିକ୍ତ ହୋଇଥିଲା। ଫଳରେ ଦୀପକ ଘର ନିକଟରେ ଏକ ଆଜ୍‌ବେଷ୍ଟସ ଘର କରି ରହୁଥିଲେ। କୌଣସି କାରଣରୁ ଆଜି ପତ୍ନୀ ନିଜ ବାପଘର କେନ୍ଦ୍ରାପଡ଼ାକୁ ଚାଲିଯାଇଥିଲେ। ଦୀପକ ପତ୍ନୀଙ୍କର ଲୁଗାରେ ପ୍ରଥମେ ଶିଶୁ ପୁତ୍ରର ବେକକୁ ବାନ୍ଧି ଦେବା ସହ ନିଜେ ମଧ୍ୟ ଉକ୍ତ ଲୁଗାରେ ବେକକୁ ବାନ୍ଧି ଘର ଓରାରେ ଝୁଲି ପଡ଼ିଥିବା ପୁଲିସ ସୁତ୍ରରୁ ଜଣାଯାଇଛି। ଖବରପାଇ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି। ପୁରୀରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ରବିବାର ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe