ମାଲକାନଗିରି: ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ମାଲକାନଗିରି ଜିଲ୍ଲାର ଗୋଟିଏ ପରିବାର। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଟେମୁରୁପାଲି ପଞ୍ଚାୟତର କଟୁଆପଦର ଗ୍ରାମରେ ଘଟିଛି ଏଭଳି ଘଟଣା।
କଟୁଆପଦରରେ ମାଓବାଦୀଙ୍କ ନିସ୍ତୁକ ମାଡ଼ ପରେ ଗାଁ ଛାଡିଛନ୍ତି ଏହି ପରିବାର । ମାଓବାଦୀମାନେ ପୁଲିସ୍ ଇନଫର୍ମର ସନ୍ଦେହରେ ଉକ୍ତ ପରିବାରର ସବୁ ଲୋକଙ୍କୁ ପ୍ରଜାକୋର୍ଟରେ ମାଡ଼ ମାରିଥିବା ସୂଚନା ମିଳିଛି । ସେମାନେ ଗାଁ ଛାଡ଼ିବାକୁ ଧମକ ବି ଦେଇଥିଲେ। ଗାଁ ନ ଛାଡ଼ିଲେ ମୃତ୍ୟୁଦଣ୍ଡ ସୁନିଶ୍ଚିତ ଏବଂ ପୁଲିସକୁ ଖବର ଦେଲେ ନକ୍ସଲ ଆକ୍ରୋଶର ଶିକାର ହେବାକୁ ପଡ଼ିବ ବୋଲି ଜାଣି ଭୟଭୀତ ଅବସ୍ଥାରେ ପରିବାର ସହ ଭିଟାମାଟି ଛାଡ଼ି ଦେଇଛନ୍ତି ଗଙ୍ଗା ମାଢ଼ିଙ୍କ ପରିବାର। ଏଯାବତ୍ ସେହି ଗାଁରେ ପୁଲିସ୍ କିମ୍ବା ପ୍ରଶାସନ ପହଞ୍ଚି ପାରି ନ ଥିବା କୁହାଯାଉଛି ।
ଅପରପକ୍ଷରେ ଗଙ୍ଗା ମାଢ଼ିଙ୍କ ପରିବାର ନିଜ ଗାଁ କଟୁଆପଦରକୁ ଛାଡ଼ି ଏବେ ଧାକଡ଼ ରାଶି ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା କୁହାଯାଉଛି।
Follow Us