ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ ଆଗରେ ପରିବାର ଲୋକଙ୍କ ଅନଶନ

Advertisment
ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଏସପି ଅଫିସ ଆଗରେ ପରିବାର ଲୋକଙ୍କ ଅନଶନ

ଭଦ୍ରକ: ଭଦ୍ରକ ଏସପି ଅଫିସ ଆଗରେ ବନ୍ତ ଥାନା ଅନ୍ତର୍ଗତ ପ୍ରଧାନପଡା ଗ୍ରାମର କାର୍ତ୍ତିକ ଜେନା ଓ ତାଙ୍କ ପରିବାର ଲୋକ ଅନଶନ କରିଛନ୍ତି। ଶ୍ରୀ ଜେନାଙ୍କର ପୁଅ ଓ ବହୁଙ୍କୁ  କିଛି ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ବେଳେ ସେମାନଙ୍କ ନାମରେ ବନ୍ତ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ କରାଯିବାର ଏକ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଅଭିଯୁକ୍ତମାନେ ଖୋଲମ ଖୋଲା ବୁଲୁଥିବା ବେଳେ କାର୍ତ୍ତିକଙ୍କ ପରିବାର ପ୍ରତି ବିପଦ ରହିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କାର୍ତ୍ତିକ ଓ ତାଙ୍କ ପରିବାର ଲୋକ ଏସପିଙ୍କ ନିକଟରେ ଦାବି କରିବା ସହ ଅନଶନରେ ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe