ପଲିଥିନ୍‌ ତଳେ ୪ ପ୍ରାଣୀ କୁଟୁମ୍ବ, ଦୁର୍ବିଷହ ହୋଇପଡ଼ିଛି ବୃଦ୍ଧାଙ୍କ ଜୀବନ

Advertisment
ପଲିଥିନ୍‌ ତଳେ ୪ ପ୍ରାଣୀ କୁଟୁମ୍ବ, ଦୁର୍ବିଷହ ହୋଇପଡ଼ିଛି ବୃଦ୍ଧାଙ୍କ ଜୀବନ

ଯଶିପୁର: ଯଶିପୁର-ରରୁଆଁ ରାସ୍ତାକଡ଼ରେ ଭଞ୍ଜକିଆ ବଜାର ଛକ ନିକଟରେ ଜଣେ ବିଧବା ମହିଳା ଅସହାୟ ଭାବେ ବର୍ଷବର୍ଷ ଧରି ଭଙ୍ଗାଦଦରା ଘରେ ଦୁର୍ବିଷହ ଜୀବନ ବିତାଉଛନ୍ତି। ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନେହୁରା ହୋଇଥିଲେ ହେଁ ଆବାସ ଯୋଜନାରେ ଘରଟିଏ ନ ମିଳିବାରୁ ୪ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଖରା, ବର୍ଷା, ଶୀତରେ ଦହଗଞ୍ଜ ହେବାକୁ ପଡୁଛି। ସ୍ୱାମୀ ଆରପାରିକୁ ଯିବା ପରେ ଦୁଇ ବଖରା ଭଙ୍ଗାକାନ୍ଥ ଓ ଅସୁରକ୍ଷିତ ଛପର ସଜାଡିବାରେ ଅକ୍ଷମ ହୋଇଛନ୍ତି ପାର୍ବତୀ ମହାନ୍ତ (୬୦)।

ଅଭାବ ଅନଟନରେ ସେହି ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ଝିଅ ସୁରେଖା ସହ ଜ୍ୱାଇଁ ଗିରୀଶ ଓ ତାଙ୍କ ନାତୁଣୀ ଗୁଡ଼ି (୧୩)। ଘରଡିହ ଛଡ଼ା ତାଙ୍କର ସମ୍ବଳ ଆଉ କିଛିନାହିଁ। ବିଧବା ଭତ୍ତାରେ ଜୀବନ ବିତୁଥିବା ବେଳେ ଦଦରା ଘର ଖଣ୍ଡିକ କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ, ସେହି ଚିନ୍ତାରେ ରାତିରେ ନିଦନାହିଁ ପାର୍ବତୀଙ୍କ ଆଖିରେ। ବୃଦ୍ଧାଙ୍କ ଅସହାୟତା ଦେଖି ଭଞ୍ଜକିଆ ବଜାର ଛକର ସମାଜସେବୀ ତପନ ବାରିକ ଅଳ୍ପଦିନ ତଳେ ରରୁଆଁ ବ୍ଲକ୍ ବିଡିଓଙ୍କ ପାଖରେ ପାର୍ବତୀଙ୍କୁ ନେଇ ଦୁର୍ଦ୍ଦଶା ସଂପର୍କରେ ଅବଗତ କରି ଆବାସ ଘର ପାଇଁ ଫେରାଦ ହୋଇଥିଲେ। ମାତ୍ର ଏଯାଏ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଜିଲ୍ଲାପାଳ ପାର୍ବତୀଙ୍କ ଦୁର୍ଦ୍ଦଶା ସଂପର୍କରେ ଅବଗତ ହୋଇ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe