ମୃତକଙ୍କ ପରିବାରକୁ ମିଳୁନି ହରିଶ୍ଚନ୍ଦ୍ର ସହାୟତା

Advertisment
ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ରଣପୁର : ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ତନ୍ମଧ୍ୟରୁ ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅନ୍ୟତମ। ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବ ସତ୍କାର ଉଦ୍ଦେଶ୍ୟରେ ସରକାର ଏହି ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ଉଭୟ ବିପିଏଲ୍‌ ଓ ଏପିଏଲ୍‌ ପରିବାର ସଦସ୍ୟଙ୍କୁ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ୨୦୧୩ ଅଗଷ୍ଟ ମାସରୁ ପଞ୍ଚାୟତିରାଜ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ଏହି ବାବଦକୁ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ରହଛି। ତେବେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏକ ହଜାରରୁ ଦୁଇ ହଜାର ଟଙ୍କା ଦେବାର ନିୟମ ରହିଛି। ଏହି ଅର୍ଥରେ ମୃତ ବ୍ୟକ୍ତିର ପରିବାର ସଦସ୍ୟ ଶୁଦ୍ଧିକ୍ରିୟା କାର୍ଯ୍ୟ କରିପାରିବେ। ଏପରିକି ପଞ୍ଚାୟତ ଅଞ୍ଚଳରେ କୌଣସି ଅଚିହ୍ନା, ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରିବା କିମ୍ବା ସତ୍କାର କରିବା ନିମନ୍ତେ ପୁଲିସ ମାଧ୍ୟମରେ ଏହି ସହାୟତା ଯୋଗାଇ ଦେବାର ନିୟମ ରହିଛି।

ତେବେ ପରିତାପର ବିଷୟ ସରକାରଙ୍କ ଏହି ଯୋଜନାର ସୁବିଧା ପାଇବାରୁ ଜନସାଧାରଣ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହାର ଜ୍ବଳନ୍ତ ଉଦାହରଣ, ଏନ୍‌ଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡର କାଦମ୍ବିନୀ ପଟ୍ଟନାୟକ। ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ହରିଶ୍ଚନ୍ଦ୍ର ଯୋଜନାରେ ଏପର୍ଯ୍ୟନ୍ତ ପରିବାରକୁ ଟଙ୍କାଟିଏ ମିଳିନାହିଁ। ଏପରିକି ଅଞ୍ଚଳରେ ବହୁ ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ଯୋଜନାରେ ଟଙ୍କାଟିଏ ମିଳୁନଥିବା ଅଭିଯୋଗ ହେଉଛି। ତେବେ ରଣପୁର ବ୍ଲକ୍‌ର ୩୭ଟି ପଞ୍ଚାୟତ ସମେତ ସ୍ଥାନୀୟ ଏନ୍‌ଏସି ବାସିନ୍ଦା ଏହି ଯୋଜନାରୁ ବଞ୍ଚିତ ହେଉଥିବା ଜଣାଯାଇଛି। ତେବେ ଗରିବ ବ୍ୟକ୍ତି ବିଶେଷ ସରକାରଙ୍କ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେହିଭଳି କେତେକ ପଞ୍ଚାୟତରେ ରାଜନୈତିକ ଆକ୍ରୋଶ ରଖି ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ସହାୟତା ମିଳୁନଥିବା କିଛି ବ୍ୟକ୍ତିବିଶେଷ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ କିଛି ପୂର୍ବତନ ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ କିଛି ମାସ ହେଲା ସରକାର ଯୋଗାଇ ଦେଇଥିବା ଏ ବାବଦରେ ଅର୍ଥ ବିନିଯୋଗ ହୋଇ ଏହାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ପୁନର୍ବାର ଅର୍ଥ ମଞ୍ଜୁର ହୋଇନଥିବାରୁ ହିତାଧିକାରୀ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଜଣାଇଛନ୍ତି। ତେବେ ଶବ ସତ୍କାର ନିମନ୍ତେ ମୃତକ ପରିବାରଙ୍କୁ ହରିଶ୍ଚନ୍ଦ୍ର ସହାୟତା ମିଳୁଛି ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe