ଦାଣ୍ଡରେ ପଡ଼ିଲା ପାରିବାରିକ କଳହ: ବାପା ପାଖରୁ ଝିଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମା’

ଦାଣ୍ଡରେ ପଡ଼ିଲା ପାରିବାରିକ କଳହ: ବାପା ପାଖରୁ ଝିଅକୁ ଆଣିବାକୁ ଯାଇ ମାଡ଼ ଖାଇଲେ ମା’

ନୀଳଗିରି: ନିଜର ନାବାଳିକା ଝିଅକୁ ନେଇ ଯାଉଥିବା ଘଟଣାରେ ମାଆ, ମାଉସୀ, ଅଜା ଓ ସମ୍ପର୍କୀୟ ଛେଚା ଖାଇବା ସହିତ ଥାନାରେ ଦୀର୍ଘ ସମୟ ଧରି ଅଟକ ରହି ଜିମାନାମାରେ ଯିବା ଘଟଣା ଆଜି ନୀଳଗିରି ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଛି।

ସୂଚନା ଅନୁସାରେ, ଦଶବର୍ଷ ପୂର୍ବେ ମିତ୍ରପୁର ଅଞ୍ଚଳର ଜନୈକ ବ୍ୟକ୍ତି ଭୁବନେଶ୍ବର ଖଣ୍ତଗିରି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ। ମାତ୍ର ୩/୪ବର୍ଷ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ସୁସଂପର୍କ ରହିଥିଲା। ତାରି ଭିତରେ ସେମାନଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ। ସମ୍ପର୍କ ତିକ୍ତ ହେବା ପରେ ପତ୍ନୀ ସାନଝିଅକୁ ନେଇ ବାପଘର ଭୁବନେଶ୍ବର ଚାଲି ଯାଇଥିଲେ। ଏପଟେ ବଡ଼ଝିଅ ବାପାଙ୍କ ପାଖରେ ରହିଥିଲା। ଏହାରି ମଧ୍ୟରେ ସେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାକୁ ନେବା ପାଇଁ ମା’ ଯୋଜନାବଦ୍ଧ ଭାବେ ମିତ୍ରପୁରରେ ଆଜି ପହଞ୍ଚିଥିଲେ। ଝିଅ ଟ୍ୟୁସନ ଯାଉଥିବା ବେଳେ ତାକୁ ଉଠାଇ ଗାଡ଼ିରେ ଭୁବନେଶ୍ବର ଯିବା ବେଳେ ଖବର ପାଇ ସେଠାରେ ନାବାଳିକାଙ୍କ ବାପା ଓ ପରିବାର ଲୋକ ପହଞ୍ଚି ଯାଇଥିଲେ। ତାପରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା। ଗାଡ଼ି ଭଙ୍ଗାରୁଜା କରିବା ସହ ସେଠାରୁ ଝିଅକୁ ଉଦ୍ଧାର କରି ମାଆ, ଅଜା, ମାଉସୀ, ମାମୁଙ୍କୁ ଉତ୍ତମମଧ୍ୟମ ଦେଇଥିଲେ।

ଖବର ଲେଖାହେବା ବେଳକୁ ଉଭୟପକ୍ଷ ନୀଳଗିରି ଥାନାରେ ଅଭିଯୋଗ କରିଥିବା ବେଳେ ପରେ ଘଟଣାର ଆପୋସ ସମାଧାନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe