ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର: ପରିବାର କଲ୍ୟାଣ ନିର୍ଦେଶକ

ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ବର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଚି। ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର। ସଂକ୍ରମଣର ଭୟାବହତା କମ ଅଛି। ସେତେ ସିରିୟସ ହେଉନାହାନ୍ତି ରୋଗୀ। ମେଡିକାଲରେ ବି କମସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉଛନ୍ତି।ଏଯାଏ ଆଇସିୟୁର ବ୍ୟବହାର ହୋଇନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସଚେତନତା ଅଛି। ଏହାର ସମୀକ୍ଷା ହେଉଛି।

ସେ ଆହୁରି କହିଛନ୍ତି, ଆଗରୁ ଥିବା ଟିକା ସରିଯାଇଛି। ଗତ  ଜାନୁଆରି ମାସରେ ଯେଉଁ ଟିକା ଆସିଥିଲା, ତାହା ଫେବ୍ରୁଆରି ୮ ତାରିଖରେ ସରିଯାଇଛି। ଓଡ଼ିଶାରେ ୯୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି। ଏଣେ ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ଏଯାଏ ୪୧ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି। ଏହା ଜାତୀୟ ସ୍ତରରୁ ଅଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe