ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Advertisment
ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Twitter

ଭୁବନେଶ୍ବର: ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଆଜି ବିଭିନ୍ନ ଜିଲ୍ଲାରେ କୋଭିସିଲଡ ମାତ୍ର ୬୦ ହଜାର ଟିକା ଥିଲା। ଗତକାଲି ରାତିରେ କେନ୍ଦ୍ରକୁ ୩ ଲକ୍ଷ ଓ ଆଜି ସକାଳେ ୪.୮ ଲକ୍ଷ କୋଭିସିଲଡ ଟିକା ଆସି ପହଞ୍ଚିଛି। ବର୍ତ୍ତମାନ ଆମ ପାଖରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି।

ବିଭିନ୍ନ ଜିଲ୍ଲାରୁ ଆଜି ଭ୍ୟାକସିନ ଭ୍ୟାନ ଆସିଗଲାଣି। ଆଜି ରାତି ସୁଦ୍ଧା ସବୁ ଜିଲ୍ଲାରେ ଟିକା ପହଞ୍ଚିବ। ଫଳରେ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍ୱାଭାବିକ ଟିକାକରଣ ହେବ। ସେହିପରି କର୍ବିଭାକ୍ସ ଟିକା ଯାହାକି ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି। ଆଜି ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ଚାଲିଛି। ଯେହେତୁ ଆଜି ଟିକା ନାହିଁ, ତେଣୁ କମ୍ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଆସନ୍ତାକାଲିଠାରୁ ୨୫୦୦ରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe