ବିଶିଷ୍ଟ କଳାକାର ସୁରେଶ ସାହୁଙ୍କ ପରଲୋକ

Advertisment
ବିଶିଷ୍ଟ କଳାକାର ସୁରେଶ ସାହୁଙ୍କ ପରଲୋକ

ବଲାଙ୍ଗୀର: ବିଶିଷ୍ଟ କଳାକାର ତଥା ମଞ୍ଚ ଓ ସିନେ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ସୁରେଶ ସାହୁ (୫୭)ଙ୍କ ମଙ୍ଗଳବାର ବଲାଙ୍ଗୀର ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଶେଷ ସମୟରେ ତାଙ୍କ ସ୍ତ୍ରୀ, ପୁଅ, ଭାଇ, ଭାଉଜ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିଭୂତିପଡ଼ା ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଶ୍ରୀ ସାହୁ ଅନେକଗୁଡିଏ ମଞ୍ଚ ନାଟକ, ଓଡିଆ ଓ ହିନ୍ଦି ଟେଲିଫିଲ୍ମରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି। ଟେଲିଫିଲ୍ମ ‘ଶୋକସଭା, ହିନ୍ଦୀ ‘ମୁଆବଜେରେ ଅଭିନୟ କରିଥିଲେ। ‘ଭାବର ତିହାର ଦିଆଲି ଜୁହାର‘, ‘ଘୁଡୁଘୁଡୁ, ‘ରାଗଡ, ‘ଗୁନଂଚା, ‘ଅବେଲା କୁନୁଆଁ ବଲାଙ୍ଗୀରର ଲୋକକଥା ଡକ୍ୟୁମେଣ୍ଟାରୀରେ କଣ୍ଠ, ସର୍ଟ ଫିଲ୍ମ ଚମ୍ପା, ଉପାସୀରେ ଅଭିନୟ କରିଥିଲେ। ରଙ୍ଗଖେଲ୍‌, ଭଦ୍ରଲୋକ ଓ ହେଟା ହେନ୍‌ତା ହେବାନ, ନାକଟା ଚିତ୍ରକର, ଇଚ୍ଛା ବନାମ ପଦ୍ମନାଭ, ଆର୍‌ କେତେ ଦିନ୍‌ ଇତ୍ୟାଦି ନାଟକରେ ସଫଳ ଅଭିନୟ କରିଥିଲେ। ସେ ‘ଡ୍ରାମା ବଲାଙ୍ଗୀର’ ନାମକ ଏକ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଥିଲେ। ବଲାଙ୍ଗୀର ଦର୍ଶନ ନାମକ ୟୁଟ୍ୟୁବ୍‌ ଚେନାଲରେ ବଲାଙ୍ଗୀର ଅଞ୍ଚଳର ଅନେକଗୁଡିଏ ପର୍ଯ୍ୟଟନସ୍ଥଳିର ଡକ୍ୟୁମେଣ୍ଟାରି ତିଆରି କରିଥିଲେ। ୧୯୮୦ ମସିହାରେ ତାଙ୍କ ରଚିତ, ନିର୍ଦ୍ଦେଶିତ ଓ ଅଭିନିତ ନାଟକ ‘ମେରା ଭାରତ ମହାନ’ ସେ ସମୟରେ ବେଶ ପ୍ରଶଂସା ସାଉଁଟିଥିଲା। ପଥପ୍ରାନ୍ତ ନାଟକ ସାରା ଜିଲ୍ଲାରେ ହୋଇଥିଲା। ବଲାଙ୍ଗୀରର ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ସେ ପ୍ରତିଷ୍ଠାତା ସଦସ୍ୟ ରହିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ବଲାଙ୍ଗୀର ସହରର ଅନେକ ବୁଦ୍ଧିଜୀବୀ, ନାଟ୍ୟପ୍ରେମୀମାନେ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe