ବାବା ନରସିଂହନାଥଙ୍କ ପ୍ରସିଦ୍ଧ ଜନ୍ତାଳ ମେଳା ଉଦ୍‌ଯାପିତ, ୭୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Advertisment
ବାବା ନରସିଂହନାଥଙ୍କ ପ୍ରସିଦ୍ଧ ଜନ୍ତାଳ ମେଳା ଉଦ୍‌ଯାପିତ, ୭୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରାଇରଙ୍ଗପୁର/ଜାମଦା (୧): ବାମନଘାଟି ଉପଖଣ୍ଡ ଜାମଦା ନିକଟ କଇଁପୁରଠାରେ ବାବା ନରସିଂହନାଥଙ୍କ ପ୍ରସିଦ୍ଧ ଜନ୍ତାଳ ମେଳା ୩ ଦିନ ଧରି ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ମାନସିକ ପୂରଣ ସହ ଭଲ ଚାଷ ଓ ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ ବାବାଙ୍କ ପାଖରେ ପୂଜା କରିଛନ୍ତି। ‌ଓଡ଼ିଶାର ମୟୂରଭଞ୍ଜ ସହ ଅନ୍ୟ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆସାମରୁ ଏଠାକୁ ଅନେକ ମାନସିକଧାରୀ ପୂଜା କରିବାକୁ ଆସିଥିଲେ। ବାବାଙ୍କଠାରେ ବିଭିନ୍ନ ପ୍ରକାର ଫଳ; ନଡ଼ିଆ, କଦଳୀ, ଅଙ୍ଗୁର, ସେଓ, କମଳା ଆଦି ଭୋଗ ଲଗାଇଥିଲେ। ପୂଜା ୩ ଦିନ ଏଠାରେ ପ୍ରାୟ ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂଜା କମିଟି ସମ୍ପାଦକ ଜଗନ୍ନାଥ ଗୋୱାଲା, ସଭାପତି ମନୋରଂଜନ ମଣ୍ଡଳ, ମୋତିଲାଲ ପାତ୍ର, ଗୋପୀନାଥ ମହାନ୍ତ, ଦେହୁରୀ ବଡ଼ାଙ୍ଗ ସର୍ଦାର, ସମାଏ ସର୍ଦାର ତଥା ଗ୍ରାମ କମିଟିର ସଦସ୍ୟମାନେ ପୂଜା ପରିଚାଳନା କରିଥିଲେ।

ଉଲ୍ଲେଖ ଥାଉକି ସରକାରଙ୍କ ପକ୍ଷରୁ ବାବାଙ୍କ ପୀଠକୁ ରାସ୍ତା ତଥା ପାହାଚ ସହ ବିଶ୍ରାମ ଗୃହ ଓ ପରିଚାଳନା ଗୃହ ନିର୍ମାଣ କରାଯାଇଛି। ହେଲେ ଆବଶ୍ୟକ ପିଇବା ପାଣି ଓ ଲାଇଟ୍ ବ୍ୟବସ୍ଥା ନାହିଁ। ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ସହ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଛି। ସେହିପରି ପାଖଣାପାଟ ପାହାଡ଼ ଆଖପାଖରୁ ବେଆଇନ ପଥର ଖନନ ହେଉଥିବା ବେଳେ ତା’ ଉପରେ ରୋକ୍‌ ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe