ଜାତୀୟ ରାଜପଥପାର୍ଶ୍ୱ ବିଦ୍ୟାଳୟରୁ ଚୋରି, ୪ ପଙ୍ଖା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ

Advertisment
ଜାତୀୟ ରାଜପଥପାର୍ଶ୍ୱ ବିଦ୍ୟାଳୟରୁ ଚୋରି, ୪ ପଙ୍ଖା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବୈଶିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ତାଲା ଭାଙ୍ଗି ୪ଟି ନୂଆ ଲାଗିଥିବା ଫ୍ୟାନ ସମେତ ଶ୍ରେଣୀ ଗୃହରେ ଥିବା ସାମଗ୍ରୀ ଲୁଟ କରିନେଇଛନ୍ତି ଦୁର୍ବୁତ୍ତ।

ପ୍ରାପ୍ତ ସୂଚନା ଅନୁଯାଇ ବୁଧବାର ବିଦ୍ୟାଳୟ ଛୁଟି ପରେ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରେଣୀଗୃହ ସମେତ ମୁଖ୍ୟ ଫାଟକରେ ତାଲା ପକେଇ ଘରକୁ ଫେରିଥିଲେ। ପରେ ସନ୍ଧ୍ୟାରେ ଉକ୍ତ ବିଦ୍ୟାଳୟର ରାତ୍ରି ଜଗୁଆଳି କେନ୍ଦୁଆ ଗ୍ରାମର ଭାଗିରଥି ବେହେରା ବିଦ୍ୟାଳୟ ଜଗିବାକୁ ଆସିଥିଲେ। ଉକ୍ତ ବିଦ୍ୟାଳୟରେ ଶ୍ରେଣୀଗୃହ ଗୁଡ଼ିକ ଏଣେତେଣେ ହୋଇ ଏକାଧିକ ସ୍ଥାନରେ ନିର୍ମିତ ହୋଇଥିଲା ବେଳେ ଭାଗିରଥି ସମ୍ମୁଖ ଭାଗରେ ଥିବା ଶ୍ରେଣୀଗୃହ ଭିତରେ ଶୋଇଥିଲେ।

ଅନ୍ୟପଟେ ଭାଗିରଥିଙ୍କ ଆଖିକୁ ଭଲ ଦିଶୁନଥିବାବେଳେ କାନକୁ ମଧ୍ୟ ଭଲ ଶୁଭାଯାଏ ନାହିଁ। ଏହାର ସୁଯୋଗ ନେଇ ଗତ ରାତିରେ ଦୁର୍ବୁତ୍ତମାନେ ବିଦ୍ୟାଳୟ ପରିସରକୁ ପ୍ରବେଶ କରି ପିଲାଙ୍କ ମଧ୍ୟାହ୍ନଭୋଜନ ଖାଇବା ପାଇଁ ନବନିର୍ମିତ ଭୋଜନାଳୟ ଗ୍ରିଲ ତାଲା ଭାଙ୍ଗି ନୂଆ ଲାଗିଥିବା ୩ଟି ଫ୍ୟାନ ସମେତ ୨ୟ ଶ୍ରେଣୀଗୃହରୁ ଗୋଟିଏ ଫ୍ୟାନ ଚୋରି କରିନେଇଥିଲେ।

ସେହିଭଳି ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ଗୃହରେ ପଶି ଦାମିକା କାଠ ସମେତ ଲୁହା ପାଇପ ଚୋରାଇ ନେଇଥିଲେ। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ମିଶି ଏକ ଲିଖିତ ଅଭିଯୋଗ ବୈଶିଙ୍ଗା ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe