ବଢୁଛି ପବନର ବେଗ, ପୁରୀ ଠାରୁ ୮୦ କିଲୋମିଟର ଦୂରରେ ‘ଫନି’

ବାତ୍ୟା ପରେ ଦୟନୀୟ ସ୍ଥିତି, ବାଲିପାଟଣା ପାଇଁ ବିଜୁଳି ସ୍ବପ୍ନ

ପୁରୀ/ଭୁବନେଶ୍ୱର: ବାତ୍ୟାର ପ୍ରଭାବରେ ଗୁରୁବାର ରାତି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ବୋହିବା ସହିତ ତୁହାକୁ ତୁହା ବର୍ଷା ହୋଇଛି। ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ପୂର୍ବାହ୍ଣ ୮ଟା ରୁ ୧୦ ମଧ୍ୟରେ ପୁରୀ ନିକଟସ୍ଥ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରାଯାଇଛି। ଏହା ଏବେ ପୁରୀ ଠାରୁ ୮୦ କିଲୋମିଟର ଦୂରରେ ଅଛି। ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଗତି କରିବ ଏବଂ ଏହା ଭଦ୍ରକ, ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପୁରୀ ଓ ଭୁବନେଶ୍ୱରର ଅଧିକାଂଶ ସ୍ଥାନରେ ବିଦ୍ୟୁତ କାଟି ଦିଆଯାଇଛି।

publive-image

ରିପୋର୍ଟ ଲେଖାଯିବା ବେଳକୁ ପୁରୀରେ ପବନର ବେଗ ଘଣ୍ଟା ପ୍ରତି ୭୦କିଲୋମିଟର ଥିବା ବେଳେ ଗୋପାଳପୁରରେ ୧୦୫ କିଲୋମିଟର ରହିଛି। ଗୋପାଳପୁରରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ପୁରୀରେ ୯୫ ମିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୧ମିଲିମିଟର, ବାଲେଶ୍ୱରରେ ୩୦ ମିମି, ପାରାଦୀପରେ ୨୫ମିମି, ଭୁବନେଶ୍ୱରରେ ୪୫ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

publive-image

ବାତ୍ୟା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ, ଓଡ୍ରାଫ, ତଟରକ୍ଷୀ ବାହିନୀ, ଦମକଳ ବାହିନୀ, ବାୟୁସେନା ଓ ନେଭି ମଧ୍ୟ ପ୍ରସ୍ତୁତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe